ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ! ଚଳିତବର୍ଷ ୪ ଲକ୍ଷ ୩୮ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ, ୩୬ଟି ସ୍କୁଲରେ ଫଳ ଶୂନ

ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ! ଚଳିତବର୍ଷ ୪ ଲକ୍ଷ ୩୮ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ, ୩୬ଟି ସ୍କୁଲରେ ଫଳ ଶୂନ

କନକ ବ୍ୟୁରୋ : ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ । ବୋର୍ଡ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ପରୀକ୍ଷାଫଳ । ବୋର୍ଡ଼ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଚଳିତବର୍ଷ ମୋଟ ୪ ଲକ୍ଷ ୩୮ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧ ଲକ୍ଷ ୩୬ ହଜାର ୭୧୭ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷାର ପାସ ହାର ରହିଛି ୭୬.୨୩% । ଚଳିତବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୩୯୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।

publive-imageତେବେ ଚଳିତବର୍ଷ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୨୧୬୩୦୫ ଜଣ ଛାତ୍ର ପାସ କରିଥିବା ବେଳେ , ଛାତ୍ରୀଙ୍କ ପାସ ହାର ରହିଛି ୨୨୨୦୪୩ ।ଏହାଛଡା ଏ୧ ଗ୍ରେଡ଼ରେ ୧୭୧୫ ଜଣ, ଏ୨ ଗ୍ରେଡ଼ରେ ୧୫୬୮୯ ଜଣ, ବି୧ ଗେଡ଼ରେ ୩୯୨୫୨ ଜଣ ଓ ବି୨ ଗ୍ରେଡ଼ରେ ୬୮୦୦୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ରହିଛି ୧୨୪୬୬୫ ।ଯାହା ପାସ ହୋଇଥିବା ମୋଟ ଛାତ୍ରଛାତ୍ରୀଙ୍କ ୨୮.୪୪ ପ୍ରତିଶତ ।

ଚଳିତବର୍ଷ ୪୨୯ଟି ସ୍କୁଲରେ ଶହେ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୩୬ଟି ସ୍କୁଲରେ ଫଳ ଶୂନ ରହିଛି । ମାଟ୍ରିକ ପରୀକ୍ଷାଫଳ ବୋର୍ଡର ୱେବସାଇଟ www.bseodisha.ac.in/, www.bseodisha.nic.in ରେ ଉପଲବ୍ଧ ହେବ। ଏହା ସହିତ ଛାତ୍ରଛାତ୍ରୀମାନେ ମୋବାଇଲରେ OR10 ଟାଇପ୍ କରି ୫୬୭୬୭୫୦ କୁ ଏସଏମଏସ୍ ପଠାଇ ପରୀକ୍ଷାଫଳ ଜାଣିପାରିବେ। ଅପରାହଣ ୨ଟାରୁ ଛାତ୍ରଛାତ୍ରୀଙ୍କ ଓଏମଆର୍ ଉତ୍ତରଖାତାର ସ୍କାନ କପି ବୋର୍ଡ ୱେବସାଇଟ www.bseodisha.ac.inରେ ଛଡ଼ାଯିବ। ପରୀକ୍ଷାର୍ଥୀମାନେ ଏହି ଓଏମଆର୍ କପିକୁ ୱେବସାଇଟରୁ ଡାଉନଲୋଡ୍ କରିପାରିବେ । ବିଭିନ୍ନ ସମସ୍ୟାନେଇ ପରୀକ୍ଷାର୍ଥୀମାନେ ୦୬୭୧-୨୪୧୨୦୬୦/୨୪୧୨୦୫୯ ନମ୍ବର ସହିତ ଯୋଗାଯୋଗ କରିପାରିପେ ମୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe