ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ସୁରକ୍ଷା ଚିନ୍ତା । କଡ଼ା ନିଷ୍ପତି ନେଲା ମାଧ୍ୟମିକ ଶିକ୍ଷା ପରିଷଦ, ଆପତି ଉଠାଇଲେ ପ୍ରଧାନଶିକ୍ଷକ ଓ ଶିକ୍ଷାବିତ୍

ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ସୁରକ୍ଷା ଚିନ୍ତା । କଡ଼ା ନିଷ୍ପତି ନେଲା ମାଧ୍ୟମିକ ଶିକ୍ଷା ପରିଷଦ, ଆପତି ଉଠାଇଲେ ପ୍ରଧାନଶିକ୍ଷକ ଓ ଶିକ୍ଷାବିତ୍

କନକ ବ୍ୟୁରୋ : ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏହା ପୂର୍ବରୁ ପରୀକ୍ଷା ପ୍ରଶ୍ନପତ୍ରର ସୁରକ୍ଷାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ସଂଗୀନ ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି ।
ପ୍ରଶ୍ନପତ୍ର ଲିକ୍ ରୋକବାକୁ ପଦକ୍ଷେପ
କୌଣସି ପରୀକ୍ଷା କନ୍ଦ୍ରେରୁ ପ୍ରଶ୍ନପତ୍ର ଭାଇରାଲ ହେଲେ ପ୍ରଧାନଶିକ୍ଷକ ଦାୟୀ ରହିବେ
ପରୀକ୍ଷା ଚାଲିଥିବାବେଳେ ପରିଚାଳକଙ୍କ ବ୍ୟତୀତ ଆଉକେହି ମୋବାଇଲ ନେଇପାରିବେ ନାହିଁ
ପ୍ରଶ୍ନପତ୍ର ଥିବା ଆଲମାରିର ଚାବି କେବଳ କେନ୍ଦ୍ର ପରିଚାଳକଙ୍କ ପାଖରେ ରହିବ
ଅଚିହ୍ନା ବ୍ୟକ୍ତିଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ

ପ୍ରଶ୍ନପତ୍ର ସୁରକ୍ଷା ନେଇ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଥିଲେ ବି ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍ ।

ଆଗାମୀ ୨୦ ତାରଖରୁ ଆରମ୍ଭ ହେବ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା । ଏ ସଂପର୍କିତ ସମସ୍ତ ତଥ୍ୟ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏସି ଡଟ୍ ଇନରେ ଉପଲବ୍ଧ ହେଉଛି । କେଉଁ ସ୍କୁଲରେ ପରୀକ୍ଷା କେନ୍ଦ୍ର, ଉତରଖାତା ମୂଲ୍ୟାୟନ କେନ୍ଦ୍ର ଓ ନୋଡାଲ ସେଂଟର କରାଯାଇଛି ସେ ସବୁ ବିବରଣୀ ଏହି ୱେବସାଇଟରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe