ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସଂକଟ ଟାଳିବାକୁ ସରକାରଙ୍କ ବିକଳ୍ପ ବ୍ୟବସ୍ଥା : ୬ହଜାର ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ସ୍ଥାନରେ ଖାତା ଦେଖିଲେ କଂଟ୍ରାକ୍ଟ ଟିଚର

ଆସନ୍ତା ୨୨ରୁ ମାଟ୍ରିକ୍ ପରୀକ୍ଷା ! ରାଜ୍ୟର ୨୮୩୦ ସେଣ୍ଟରରେ ପରୀକ୍ଷା ଦେବେ ୫ଲକ୍ଷ ୪୫ ହଜାର ୩୬୪ ଜଣ ପରୀକ୍ଷାର୍ଥୀ ।

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସଂକଟ ଟାଳିବାକୁ ସରକାର କରିଛନ୍ତି ବିକଳ୍ପ ବ୍ୟବସ୍ଥା । ୬ହଜାର ବ୍ଲକ୍ ଗ୍ରାଂଟ ଶିକ୍ଷକଙ୍କ ସ୍ଥାନରେ ଖାତା ଦେଖିଲେ କଂଟ୍ରାକ୍ଟ ଟିଚର । ରାଜ୍ୟର ୫୭ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତା ଦେଖିବାକୁ ବ୍ୟବସ୍ଥା କରାଯାଇଛି । ଖାତା ଦେଖିବାକୁ ୧୪ହଜାର ଶିକ୍ଷକ ନିୟୋଜିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ହଜାର ଶିକ୍ଷକ ଧାରଣାରେ ବସିଛନ୍ତି । ଖାତା ଦେଖାକୁ ବର୍ଜନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ଲକ୍ ଗ୍ରାଂଟ ଶିକ୍ଷକ । ଆଫିଡେବିଟ୍ ଉଚ୍ଛେଦ ନେଇ ସରକାର ବିଜ୍ଞପ୍ତି ଜାରି କରିବାରେ ବିଳମ୍ବ କରିବାରୁ ଏହି ଆନ୍ଦୋଳନ କରୁଛନ୍ତି ଶିକ୍ଷକ । ଏଭଳି ସ୍ଥିତିରେ ଚିନ୍ତାରେ ପଡିଛନ୍ତି ପରୀକ୍ଷାର୍ଥୀ ଓ ଅଭିଭାବକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe