‘ଶିକ୍ଷକ’ଙ୍କୁ କରୋନା ସତର୍କତା । ସାନିଟାଇଜର କିମ୍ବା ସାବୁନରେ ହାତ ଧୋଇବାକୁ ନିର୍ଦ୍ଦେଶ: ଖାତା ଦେଖା ସେଂଟରରେ ଗହଳି ଉପରେ କଟକଣା; ପରସ୍ପରଠୁ ଏକ ମିଟରର ଦୂରତା ରଖିବାକୁ ପରାମର୍ଶ

438

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ସମୁଦାୟ ୬୧ଟି ସେଂଟରରେ ଖାତା ଦେଖିବେ ପରୀକ୍ଷା ନୀରିକ୍ଷକ । ସମସ୍ତ ପରିକ୍ଷା ନୀରିକ୍ଷକ ସକାଳ ୮ଟା୩୦ରୁ ୯.୩୦ ମଧ୍ୟରେ ନିଜ ନିଜ ସେଂଟରରେ ପହଁଚିଯିବେ । ପ୍ରତ୍ୟେକ ବିଭାଗର ପରୀକ୍ଷା ନିୟନ୍ତ୍ରକ ଓ ଉପ- ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ସାଢେ ୧୦ଟାରେ ହେବ । ଖାତା ଦେଖାର ସମୟ ସାଢେ ୮ଟାରୁ ସାଢେ ୨ଟା ଧାର୍ଯ୍ୟ କରାଯାଇଛି ।

ପ୍ରଥମ ଦିନ ସାହିତ୍ୟ ଏବଂ ସାମାଜିକ ବିଜ୍ଞାନ ପରୀକ୍ଷା ଖାତା ମୂଲ୍ୟାଙ୍କନ କରିବେ ନୀରିକ୍ଷକ । ଦେଶରେ କରୋନା ଭୂତାଣୁ ବିପର୍ଯ୍ୟୟ ସତ୍ୱେ ମାଟ୍ରିକ ପରୀକ୍ଷା ଖାତା ଦେଖା ପକ୍ରିୟା ସ୍ୱାଭାବିକ ଭାବେ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସମସ୍ତ ନୀରିକ୍ଷକ ସ୍ୱଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ନୀରିକ୍ଷକ ସାନିଟାଇଜର କିମ୍ବା ସାବୁନ ଦ୍ୱାରା ହାତ ପରିସ୍କାର ଭାବେ ଧୋଇବେ ।

ଖାତା ଦେଖା ସେଂଟରରେ ଅଜଥା ଗହଳି କରିବା ଉପରେ କଟଣା ଲଗାଯାଇଛି । ପ୍ରତ୍ୟେକ ନୀରିକ୍ଷକଙ୍କ ଭିତରେ ଏକ ମିଟରର ଦୁରତା ରଖିବାକୁ ଉପଦେଶ ଦିଆଯାଇଛି । ସୋମବାର ଅପରାହ୍ଣରେ ସ୍କୁଲ ଓ ଗଣଶୀକ୍ଷା ବିଭାଗର ସଚିବ ଭଡିଓ କନ୍ଫରେନ୍ସ ଜରିଆରେ ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।