ମାଟ୍ରିକ ପରୀକ୍ଷାର ସାହିତ୍ୟ ଟିପ୍ସ: କେମିତି ସାହିତ୍ୟ ପରୀକ୍ଷାରେ କରିବେ ଭଲ ମନ୍ତ୍ର ଦେଲେ ଅଭିଜ୍ଞ ଶିକ୍ଷକ

520

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ଛାତ୍ର ଜୀବନର ପ୍ରଥମ ସୋପାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଫେବୃଆରୀ ୨୦ରୁ ଆରମ୍ଭ ହେବାକୁ ଯାଉଛି ଛାତ୍ର ଜୀବନର ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ ପରୀକ୍ଷା । ଆଉ ପ୍ରଥମ ଦିନରେ ମାତୃଭାଷା ବା ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅନ୍ୟ ବିଷୟ ତୁଳନାରେ ଯଦିଓ ସାହିତ୍ୟ ସହଜ, କିନ୍ତୁ ଏଥିରେ ଅଧିକ ମାର୍କ ରଖିବା ସେତେଟା କଷ୍ଟକର । କାରଣ ସାହିତ୍ୟରେ ଭାଷା ଓ ଶବ୍ଦକୁ ଗୁରୁତ୍ୱ ଦିଆଯାଏ । ତେଣୁ ମାତୃଭାଷାରେ କ’ଣ ଲେଖିବେ ଏବଂ କେମିତି ଲେଖିବେ, ସେ ନେଇ ଶିକ୍ଷକମାନେ ଆମକୁ ଟିପ୍ସ ଦେବେ ।

ମାଟ୍ରିକ ପରୀକ୍ଷା ଓଡ଼ିଆ ଟିପ୍ସ
– ମାତୃଭାଷା ଓଡ଼ିଆରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଶୁଦ୍ଧ ବନାନ ଏବଂ ସୁନ୍ଦର ଅକ୍ଷର
– ଓଏମ୍ଆର ପ୍ରଶ୍ନ ଲାଗି ପ୍ରତ୍ୟେକ ବିଷୟ ଉପରେ ଦକ୍ଷ ହେବାକୁ ପଡ଼ିବ
– ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ଉତ୍ତରରେ ଉପଯୁକ୍ତ ବିକଳ୍ପ ବାଛିବା
– ରଚନା, ପତ୍ରଲିଖନ କିମ୍ବା ଦରଖାସ୍ତ ଲେଖିବା ସମୟରେ ଉପଯୁକ୍ତ ଶବ୍ଦର ବ୍ୟବହାର
– ଅନୁଚ୍ଛେଦକୁ ଭଲଭାବେ ବୁଝି ନିଜସ୍ୱ ଭାଷାରେ ଲେଖିବାକୁ ପରାମର୍ଶ
– ବିଷୟ ବାହାରୁ ଅଧିକ ଲେଖିଲେ ଅଧିକ ମାର୍କ ମିଳିବ, ଏହି ଧାରଣାରୁ ଦୂରେଇ ରୁହନ୍ତୁ
– ପ୍ରଶ୍ନ ଅନୁଯାୟୀ ଉତ୍ତର ଲେଖନ୍ତୁ, ଅନାବଶ୍ୟକ ତଥ୍ୟ ଲେଖନ୍ତୁ ନାହିଁ
– ଉତ୍ତର ଲେଖିସାରିବା ପରେ ପୁଣିଥରେ ଭଲଭାବେ ପଢ଼ନ୍ତୁ