କନକ ବ୍ୟୁରୋ: ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେଉଛି ମାଟ୍ରିକ୍ ପରୀକ୍ଷା । ଦିନ ଯେତେ ପାଖେଇ ଆସୁଛି, ସେତେ ପିଲାଙ୍କ ମନରେ ଚାପ ବଢ଼ି ବଢ଼ି ଚାଲିଛି । କାରଣ ମାଟ୍ରିକ ହେଉଛି, ଜୀବନର ସବୁଠାରୁ ବଡ଼ ପରୀକ୍ଷା । ଛାତ୍ରଛାତ୍ରୀଙ୍କ ପାଇଁ ଇତିହାସ ପରୀକ୍ଷା ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଇତିହାସର ଘଟଣାବଳୀକୁ ମନେ ରଖିବା ଛାତ୍ରଛାତ୍ରୀଙ୍କ ପକ୍ଷେ କଷ୍ଟକର ହୋଇଥାଏ । ପରୀକ୍ଷା ପୂର୍ବରୁ ଘଟଣାବଳୀଗୁଡ଼ିକୁ କିପରି ମନେ ରଖିବେ, ସେ ନେଇ ଟିପ୍ସ ଦେଇଛନ୍ତି ଶିକ୍ଷାବିତ ।
- ଅନ୍ୟ ବିଷୟ ଭଳି ‘ଇତିହାସ’ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ
- ଇତିହାସକୁ ଆପଣମାନେ ସିଲାବସ ନୁହେଁ ବରଂ ଏକ କାହାଣୀ ଆଧାରରେ ପଢ଼ନ୍ତୁ
- ଅର୍ଥାତ୍ ସ୍ୱାଧୀନତା ପୂର୍ବ ଓ ପରର ଘଟଣାକ୍ରମକୁ କାହାଣୀ ଭଳି ମନେ ରଖନ୍ତୁ
- ପ୍ରମୁଖ ତାରିଖଗୁଡ଼ିକୁ କ୍ରମ ଅନୁସାରେ ମନେ ରଖିବା ଆବଶ୍ୟକ
- ସାଧାରଣତଃ ପିଲାମାନେ ଭାବନ୍ତି, ବହିରେ ଯେଉଁ ପ୍ରଶ୍ନ ରହିଛି, ତାହା ଆସିବ
- କିନ୍ତୁ ଇତିହାସରେ ବିଷୟବସ୍ତୁ ଭିତରୁ ହିଁ ପ୍ରଶ୍ନ ଆସିଥାଏ
- ଇତିହାସ ଭଳି ନଗର ବିଜ୍ଞାନ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ
- ପ୍ରମୁଖ ଘଟଣାବଳୀର ମସିହା ଓ ତାରିଖକୁ ଭଲଭାବେ ମନେ ରଖନ୍ତୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/10th-exams-1649333143.jpg)