ଆସନ୍ତାକାଲି ମାଟ୍ରିକ ପରୀକ୍ଷା । ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଦେଢ଼ ଘଣ୍ଟା ପୂର୍ବରୁ ହଲକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ । କପି ରୋକିବାକୁ ଲଗାଯାଇଛି ଏଆଇ କ୍ୟାମେରା

430

କନକ ବ୍ୟୁରୋ: ଛାତ୍ର ଜୀବନରେ ମାଟ୍ରିକ ପରୀକ୍ଷାର ବିଶେଷ ଗୁରୁତ୍ୱ ରହିଥାଏ । କାରଣ ମାଟ୍ରିକ ପରୀକ୍ଷାକୁ ଜୀବନର ଟର୍ଣ୍ଣିଂ ପଏଣ୍ଟ ଭାବେ ଗଣନା କରାଯାଏ । ତେବେ ରାତି ପାହିଲେ ମାଟ୍ରିକ ପରୀକ୍ଷା ଥିବାରୁ ସବୁ ପ୍ରସ୍ତୁତି ସରିଛି । ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରିଛି ବୋର୍ଡ । ହେଲେ ବଡ଼ କଥା ହେଉଛି ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ।

  • ମଙ୍ଗଳବାରଠାରୁ ମାଟ୍ରିକ ପରୀକ୍ଷା
  • ଦେଢଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ

ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରାତି ପାହିଲେ ମାତୃଭାଷାରେ ପ୍ରଥମ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ କୁହାଯାଉଥିବା ମାଟ୍ରିକ ପରୀକ୍ଷା ପାଇଁ ଏଥର ବିଶେଷ ପ୍ରସ୍ତୁତି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ ।

  • ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ସାଢେ ୧୧ଟାରେ ସରିବ
  • ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ଦିଆଯିବ
  • ସକାଳ ୭ଟା ୩୦ରେ ଛାତ୍ରଛାତ୍ରୀ ପରୀକ୍ଷା ହଲରେ ପ୍ରବେଶ କରିବେ
  • ୮ଟା ୩୦ରେ ପ୍ରଶ୍ନପତ୍ର ବଣ୍ଟାଯିବ
  • କପି ରୋକିବାକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
  • ପ୍ରଶ୍ନପତ୍ର ରଖିବାକୁ ୩୧୩ ନୋଡାଲ ସେଣ୍ଟର
  • ସମସ୍ତ ୩୦୪୭ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି

ଏଥର ପ୍ରଥମ ଥର ଲାଗି ଦେଢଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀ ଙ୍କୁ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ନିୟମ ହୋଇଛି ।

  • ୬ଠ୦ କେନ୍ଦ୍ରରେ ଏଆଇ କ୍ୟାମେରା
  • ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମୋବାଇଲ ମନା

ଏଥର ମାଟ୍ରିକ ପରୀକ୍ଷାର ବିଶେଷ ବ୍ୟବସ୍ଥା ହେଉଛି , ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା । ସମ୍ବେଦଶନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ ଷ୍ଟ୍ରିମିଂର ବ୍ୟବସ୍ଥା ହୋଇଛି । ଏହାର କମାଣ୍ଡ କଂଟ୍ରୋଲ ରୁମ୍ କଟକ ବୋର୍ଡ ଅଫିସରେ ଅଛି । ସମସ୍ତ ବ୍ୟବସ୍ଥାର ତଦାରଖ ବୋର୍ଡ ଅଫିସରୁ ହେବ । ପ୍ରତ୍ୟେକ ପରୀକ୍ଷାକେନ୍ଦ୍ର ଉପରେ ନଜର ରଖିବ ସିସିଟିଭି । ସୂଚନାଯୋଗ୍ୟ ଯେ, ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ । ପରୀକ୍ଷା କେନ୍ଦ୍ରରେ ଏଥର କଡା ପୁଲିସ ପାଟ୍ରୋଲିଂ କରାଯିବ ।