ମାଟ୍ରିକ ପରୀକ୍ଷାକୁ ନେଇ ହୋଇପାରେ ବଡ଼ ଘୋଷଣା : ପରୀକ୍ଷା ବାତିଲ ନେଇ ଘୋଷଣା କରିପାରନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

282

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ବାତିଲ ନିଷ୍ପତ୍ତି ନେବେ କି ସରକାର । ଏଭଳି ଏକ ସମ୍ଭାବନା ସୃଷ୍ଟି ହୋଇଛି, କାରଣ କିଛି ସମୟ ମଧ୍ୟରେ ମାଟ୍ରିକ ପରୀକ୍ଷାକୁ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଅନୁମାନ କରାଯାଉଛି ଛାତ୍ରଛାତ୍ରୀଙ୍କ ଦାବି ପରେ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ କରିପାରନ୍ତି ।

ପୂର୍ବରୁ ମେ ୩ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ପ୍ରେସ ବାର୍ତାରେ କୁହାଯାଇଥିଲା କରୋନା ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତି ନିଆଯିବ । ରାଜ୍ୟରେ ଫେବୃୟାରୀରେ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ ଏହାକୁ ମେ ୩ ତାରିଖକୁ ଘୁଂଚା ଯାଇଥିଲା ।

ପରୀକ୍ଷା ସ୍ଥଗିତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ୱେ ରାଜ୍ୟରେ ୬ ଲକ୍ଷ ୧୯ ହଜାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚତତା ଦେଖାଦେଇଥିଲା । କାରଣ ପରୀକ୍ଷା ହେବ ନା ନାହିଁ ସେନେଇ ଦ୍ୱନ୍ଦ୍ୱରେ ଥିଲେ ଛାତ୍ରଛତ୍ରୀ । ସିବିଏସଇ ଦଶମ ପିଲାଙ୍କ ପରୀକ୍ଷା ବାତିଲ ହୋଇଥିବା ବେଳେ ସେମାନେ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କଲେଣି ହେଲେ ଓଡ଼ିଆ ବୋର୍ଡର ପିଲାମାନେ ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଥିଲେ କୌଣସି ସନ୍ତୋଷ ଜନକ ଉତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିଥିଲେ ୧୫ଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀ ।