ମାଟ୍ରିକ ପରୀକ୍ଷା ରେଜଲ୍ଟରେ ବିଭ୍ରାଟ । ହିନ୍ଦୀ ବିଷୟରେ ପଢୁଥିବା ଛାତ୍ରୀଙ୍କୁ ମିଳିଛି ସଂସ୍କୃତ ବିଷୟରେ ମାର୍କ ।

ମାଟ୍ରିକ ପରୀକ୍ଷା ରେଜଲ୍ଟରେ ବିଭ୍ରାଟ । ହିନ୍ଦୀ ବିଷୟରେ ପଢୁଥିବା ଛାତ୍ରୀଙ୍କୁ ମିଳିଛି ସଂସ୍କୃତ ବିଷୟରେ ମାର୍କ ।

କନକ ବ୍ୟୁରୋ: ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଜାହିର କଲେ ଖଲ୍ଲିକୋଟ ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲରେ ହିନ୍ଦୀ ପଢୁଥିବା ଛାତ୍ରୀର ସଂସ୍କୃତରେ ପରୀକ୍ଷା ଫଳ ଆସିବା ପରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଛି ବୋଲି ପିଲା ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲା ଖଲିକୋଟରେ ଥିବା କନକ ମଞ୍ଜରୀ ବାଳିକା ହାଇସ୍କୁଲରେ ଛାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ବିନା ପରୀକ୍ଷାରେ ବୋର୍ଡ କତ୍ତୃପକ୍ଷ ପ୍ରକାଶ କରିଥିବା ଫଳାଫଳକୁ ନେଇ ଛାତ୍ରୀଙ୍କ ସହ ଅଭିଭାବକ ମଧ୍ୟ ଅସନ୍ତୋଷ ଯାହିର କରିଛନ୍ତି । କନକ ମଞ୍ଜରୀ ବାଳିକା ହାଇସ୍କୁଲର ଜଣେ ଛାତ୍ରୀ ସୁପ୍ରିୟା ପ୍ରିୟଦର୍ଶନୀ ହିନ୍ଦୀ ବିଷୟ ପଢୁଥିବା ବେଳେ ସଂସ୍କୃତରେ ମାର୍କ ଆସିବା ଫଳରେ ଛାତ୍ରୀ ଜଣକ ଅସନ୍ତୋଷ ଯାହିର କରିଛନ୍ତି । ତେଣୁ ପୁଣି ଥରେ ଟେବୁଲେସନ କରି ଛାତ୍ରଛାତ୍ରୀ ମାନଙ୍କୁ ସଠିକ ମାର୍କ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe