କନକ ବ୍ୟୁରୋ: ହୋଲି ଖେଳ ପରେ ଏବେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଛି ଅଘଟଣର ଖବର । ଆଜି ସୁବର୍ଣ୍ଣପୁରରେ ନଦୀରେ ବୁଡି ଦଶମ ଶ୍ରେଣୀର ଜଣେ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଛାତ୍ର ଜଣକ ହୋଲି ଖେଳି ମହାନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ଯାହା ଫଳରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଆଠଗଡ ନରସିଂହପୁର ବ୍ଲକ ମାଙ୍କଡଭୂଇଁଆ ମହାନଦୀ ଘାଟରେ ମଧ୍ୟ ଅଘଟଣ ଘଟିଛି । ନଦୀରେ ଗାଧୋଉଥିବାବେଳେ ୨ ଯୁବକ ନିଖୋଜ ହୋଇଯାଇଥିଲେ । ଏହାପରେ ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ଭିତରୁ ଜଣେ ଗୁରୁତର ଥିବା ଜଣାପଡିଛି । ସେହିପରି ସମ୍ବଲପୁର ଶାସନ ଥାନା ପରମାଣପୁରରେ ଗୋଟିଏ ଟ୍ରଲରକୁ ପଛପଟୁ ବାଇକ୍ ପିଟିଦେଇଛି । ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି ।
ହୋଲିରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଲା ଅଘଟଣର ଖବର । ସୁବର୍ଣ୍ଣପୁରରେ ନଦୀରେ ବୁଡି ଦଶମ ଶ୍ରେଣୀ ଛାତ୍ର ମୃତ ।
/kanak/media/post_attachments/wp-content/uploads/2021/03/19-25.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)