ମାଟ୍ରିକ ପରୀକ୍ଷା ଖାତା ଗାଏବ ମାମଲାରେ କାର୍ଯ୍ୟାନୁଷ୍ଠାନ: ଆଜି ୩ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ମାଟ୍ରିକ ପରୀକ୍ଷା ଖାତା ଗାଏବ ମାମଲାରେ କାର୍ଯ୍ୟାନୁଷ୍ଠାନ: ଆଜି ୩ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

କନକ ବ୍ୟୁରୋ: ମାଲକାନଗିରି ପଡିଆ ଏସ.ଏସ.ଡି ଉଚ ବିଦ୍ୟାଳୟରୁ ଗଣିତ ଓଏମଆର ସିଟ୍ ଗାଏବ ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ । ଗତ ୩ ଦିନିରେ ୫ ଜଣ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପଡିଆ ପୁଲିସ । ସେହି ୫ ଜଣଙ୍କ ମଧ୍ୟରୁ ଆଜି ୩ ଜଣ ଶିକ୍ଷକଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏହାସହ ଏହି ଘଟଣାରେ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି ।

publive-image

ଗତ ଶନିବାର ଦିନ ଠାରୁ ମାଲକାନଗିରି ଜିଲ୍ଲା ପଡିଆ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଗଣିତ ପରିକ୍ଷାର ଓ ଏମ ଆର ସିଟ ଗାଏବ ହୋଇ ଯାଇ ଥିଲେ ହେଁ ଏଯାଏଁ ନିଖୋଜ ଖାତର ସୁରାକ ପାଇ ପାରୁ ନାହିଁ ଶିକ୍ଷା ବିଭାଗ କି ପଡିଆ ପୁଲିସ । ପଡିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପଡିଆ ପୋଲିସ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe