ମାଟ୍ରିକ ପରୀକ୍ଷା ପ୍ରସ୍ତୁତି : ୱେବସାଇଟରେ ଛଡ଼ାଗଲା ଆଡମିଟ୍ କାର୍ଡ, ଜାଣନ୍ତୁ କେମିତି କରିବେ ଡାଉନଲୋର୍ଡ

Advertisment
ମାଟ୍ରିକ ପରୀକ୍ଷା ପ୍ରସ୍ତୁତି : ୱେବସାଇଟରେ ଛଡ଼ାଗଲା ଆଡମିଟ୍ କାର୍ଡ, ଜାଣନ୍ତୁ କେମିତି କରିବେ ଡାଉନଲୋର୍ଡ

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୧୯ତାରିଖରେ ହେବାକୁ ଥିବା ମାଟ୍ରିକ୍ ଓ ଓପନ୍‌ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର୍ଥୀଙ୍କ ଆଡ୍‌ମିଡ୍ କାର୍ଡ ବୋର୍ଡ‌ ୱେବ୍‌ସାଇଟ୍‌ www.bseodisha.ac.in ରେ ଛଡାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂପୃକ୍ତ ସ୍କୁଲ କୋର୍ଡରେ ଥିବା ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ପରୀକ୍ଷାର୍ଥୀଙ୍କ ଆଡ୍‌ମିଡ୍ କାର୍ଡ ଡାଉନଲୋର୍ଡ କରିପାରିବେ।

ପତ୍ରବିନିମୟ ପରୀକ୍ଷାର୍ଥୀମାନେ ସେମାନଙ୍କ ଏନ୍‌ରୋଲ୍‌ମେଣ୍ଟ ନମ୍ବର ବା ନାମ ଓ ବାପାଙ୍କ ନାମ ଲଗ୍‌ ଇନ୍ କରି ସେମାନଙ୍କ ଆଡ୍‌ମିଡ୍ କାର୍ଡ ୱେବସାଇଟରୁ ଡାଉନଲୋର୍ଡ କରିପାରିବେ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫ଲକ୍ଷ ୪୭ହଜାର ୭୪୭ଜଣ ପରୀକ୍ଷାର୍ଥୀ ରାଜ୍ୟ ୨୭୬୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବ‌େଳେ ଓପନ୍‌ ସ୍କୁଲରେ ୯ହଜାର ୭୭୧ ପରୀକ୍ଷାର୍ଥୀ ୭୬ଟି ପରୀକ୍ଷା ‌କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe