କନକ ବ୍ୟୁରୋ: ଅନଲାଇନରେ ପାଠପଢିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏବର୍ଷ ଦଶମ ଶ୍ରେଣୀକୁ ଉତିର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା । ଅନଲାଇନରେ ଶିକ୍ଷା ଦିଆଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା । ତେବେ ଦୀକ୍ଷା ଆପ୍ ଜରିଆ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ବିଭାଗୀୟ ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ଯେଉଁ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀକୁ ଉତିର୍ଣ୍ଣ ହେବେ ସେମାନଙ୍କୁ ଅନଲାଇନରେ ଶିକ୍ଷା ଦିଆଯିବ । ଦୀକ୍ଷା ଆପ୍ ସାହାଯ୍ୟରେ ଏହି ଶିକ୍ଷା ଦିଆଯିବ । ତେବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଯୋଡି ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।
ଆସନ୍ତା ୧୪ ତାରିଖ ପରେ ବିଭାଗ ଦ୍ୱାରା କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । କରୋନା ଯୋଗୁଁ ଚଳିତ ବର୍ଷର ସ୍କୁଲ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ତେଣୁ ଏଭଳି ଅନଲାଇନ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ଆଶା କରାଯାଉଛି ।