ଡିଭାଇଡରରେ ପିଟିହେଲା ବସ୍ । ବସରେ ଧସେଇ ପଶିଲା କାର୍ । ଜଳିଗଲେ ୫ ଜଣ କାର ଆରୋହୀ ।

362

କନକ ବ୍ୟୁରୋ: ଯମୁନା ଏକ୍ସପ୍ରେସ-ୱେ ଭୟଙ୍କର ଦୁର୍ଘଟଣା । ଆଜି ଭୋର ସମୟରେ ଏକ ଡବଲ ଡେକର ବସ୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟିହୋଇଥିଲା । ସେହି ସମୟରେ ପଛପଟୁ ଆସୁଥିବା ଏକ ସ୍ୱିଫ୍ଟ କାର ବସ୍ ଭିତରେ ପଶିଯାଇଥିଲା । ଫଳରେ ଉଭୟ ବସ୍ ଓ କାରରେ ହଠାତ୍ ନିଆଲାଗିଥିଲା । ନିଆ ଏତେ ଭୀଷଣ ଥିଲା ଯେ , ଫାୟାର ବ୍ରିଗେଡ୍ ଆସି ନିଆଁ ଲିଭାଇବା ବେଳକୁ କାରରେ ଥିବା ୫ଜଣ ଜୀବନ୍ତ ପୋଡିଯାଇଥିଲେ ।

ସୂଚନା ମୁତାବକ, ଆଗ୍ରାରୁ ନୋଏଡା ଯାଉଥିବା ଡବଲ ଡେକର ସ୍ଲିପର ବସ୍ ଡିଭାଇଡରରେ ପିଟିହୋଇ ରାସ୍ତା ଉପରକୁ ତେରଛା ମାଡିଯାଇଥିଲା । ପଛରେ ଦ୍ରୁତ ଗତିରେ ଆସୁଥିବା ସ୍ୱିଫ୍ଟ ଡିଜାୟାର କାରଟି ମଧ୍ୟ ନିୟନ୍ତ୍ରଣ ରଖିନପାରି ବସରେ ପିଟିହୋଇଥିଲା । ଏଭଳି ସ୍ଥିତିରେ କାରରୁ ବାହାରିବାକୁ ଏଥିରେ ଥିବା ଲୋକଙ୍କ ପାଖରେ ସମୟ ନଥିଲା । ବସ୍ ଥିବା ୫୦ଜଣ ଯାତ୍ରୀ ବସରୁ ବାହାରିଯାଇଥିଲେ, କିନ୍ତୁ କାରରେ ଥିବା ସମସ୍ତ ବ୍ୟକ୍ତି ଜୀଅନ୍ତା ଜଳିଗଲେ ।