ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଦତଳେ ପଡି କାହିଁକି ଗୁହାରୀ କଲେ ଏହି ବୃଦ୍ଧ, ଜାଣନ୍ତୁ ପୁରା ଘଟଣା

110

କନକ ବ୍ୟୁରୋ : ୟୁପିର ଅନେକ ଜିଲ୍ଲାରେ ଏବେ ରହସ୍ୟମୟ ଜ୍ୱର ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଜ୍ୱର ଏବେ ମଥୁରାର ଅନେକ ଗାଁରେ ବ୍ୟାପି ସାରିଛି । ଏହି ଜ୍ୱର ଫଳରେ ମଥୁରାରେ ୧୩ ଜଣ ଲୋକଙ୍କର ଜୀବନ ବି ଯାଇ ସାରିଲାଣି । ମୃତ୍ୟୁବରଣ କରିଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ଶିଶୁ ରହିଛନ୍ତି । ଛୋଟ ପିଲାମାନଙ୍କର ଏଭଳି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଗାଁ ଛାଡି ବାହାରକୁ ପଳାଉଥିବା ବି ଦେଖିବାକୁ ମିଳିଛି । ହେଲେ ଯେଉଁମାନେ ଗାଁରେ ଅଛନ୍ତି ସେମାନେ ସେମାନଙ୍କ ପିଲାଙ୍କୁ କିଭଳି ସୁରକ୍ଷା ଦେବେ ସେନେଇ ଚିନ୍ତାରେ ଥିବା ବେଳେ ଏହାରି ମଧ୍ୟରେ ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ।

ସୂଚନା ମୁତାବକ ଏଭଳି ସ୍ଥିତିର ଅନୁଧ୍ୟାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗାଁରେ ପହଂଚିଥିବା ବେଳେ ଯାହା ଘଟିଲା ତାହା ଆପଣମାନଙ୍କୁ ପୁଣିଥରେ ଭାବିବାକୁ ବାଧ୍ୟ କରିବ । ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି ନିଜ ପିଲାମାନଙ୍କୁ ବଞ୍ଚାଇଦେବାକୁ ଜଣେ ବୟସ୍କ ବ୍ୟକ୍ତି ଚିକିତ୍ସା ଅଧିକାରୀଙ୍କ ପାଦତଳେ ପଡି ଗୁହାରୀ କରୁଛନ୍ତି ।

ସେପଟେ ମୁଖ୍ୟ ଚିକିତ୍ସା ଅଧିକ।।ରରୀ ରଚନା ଗୁପ୍ତା ଗାଁରେ ମେଡିକାଲ କ୍ୟାମ୍ପ ଲଗାଇବାକୁ ଚେଷ୍ଟା କରିଛନ୍ତି । ଗାଁର ମୁଖ୍ୟ ନରେନ୍ଦ୍ର ଚୌହାନ କହିଛନ୍ତି କି ଏବେ ଏହି ଗାଁରେ ୧୫୦ ରୁ ଅଧିକ ପିଲା ଏହି ରହସ୍ୟମୟ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଗାଁର ଅଧାରୁ ଅଧିକ ମହିଳା ଓ ପୁରୁଷମାନେ ସେମାନଙ୍କ ପିଲାଙ୍କୁ ଧରି ମେଡିକାଲରେ ଅଛନ୍ତି । ଅନ୍ୟପଟେ କିଛି ଲୋକ ସେମାନଙ୍କ ପରିବାର ସହ ଗାଁ ଛାଡି ଅନ୍ୟଆଡେ ପଳାଇ ଯାଇଛନ୍ତି । ଲୋକମାନେ ସରକାରଙ୍କ ସ୍ୱାସ୍ଥ୍ୟସେବାକୁ ନେଇ ସନ୍ତୁଷ୍ଟ ନଥିବା କଥା ଗାଁ ମୁଖିଆ କହିଛନ୍ତି ।