କୋର୍ଟରେ ପୋଲିସର ଅଜବ ଯୁକ୍ତି ।  କହିଲେ, ମୂଷା ଖାଇଦେଇଛି ୫୮୧ କେଜି ଗଞ୍ଜେଇ

1,666

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମଥୁରାରେ ନିଶାଖୋର ମୂଷାକୁ ନେଇ ପୋଲିସ ବି ଚକିତ ହୋଇଯାଇଛି । ପୋଲିସ କହିଛି କି ଜବତ ହୋଇଥିବା ଗଞ୍ଜେଇ ମଧ୍ୟରୁ ୫୮୧ କିଲୋ ଗଞ୍ଜେଇ ମୂଷା ଖାଇଦେଇଛି । ଜବତ ହୋଇଥିବା ଗଞ୍ଜେଇ କୁଆଡେ ଗଲା ବୋଲି ପୋଲିସକୁ କୋର୍ଟ ପଚାରିବା ପରେ ପୋଲିସ ଏଭଳି ଜବାବ୍ ରଖିଛି ।

ମଥୁରା ନିକଟ ଶେରଗଡ ଓ ହାଇୱେ ତାନା ପୋଲିସ ଦ୍ୱାରା ଜବତ ହୋଇଥିବା ୫୮୧ କିଲୋ ଗଞ୍ଜେଇକୁ ପୋଲିସ ମାଲଖାନାରେ ଜମା କରିଥିଲା । ହେଲେ ଏନେଇ କୋର୍ଟ ପ୍ରମାଣ ମାଗିବାରୁ ପୋଲିସ କହିଛି କି ମାଲଖାନାରେ ଥିବା ସମସ୍ତ ଗଞ୍ଜେଇ  ମୂଷା ଖାଇ ଦେଇଛି ।

ସୂଚନା ମୁତାବକ ଶେରଗଡ ହାଇୱୋ ଥାନା ପୋଲିସ ୨୦୧୮ ମସିହାରେ ୩୮୬ କିଲୋ ଓ ୧୯୫ କିଲୋ ଗଞ୍ଜେଇ ଜବତ କରିବା ସହ  ଚୋରା ବ୍ୟବସାୟୀଙ୍କୁ ଗିରଫ କରିଥିଲା । ଏହାପରେ ସାକ୍ଷୀ ଭାବେ କିଛି ସାମ୍ପୁଲ ପୋଲିସ କୋର୍ଟରେ ଦାଖଲ କରିଥିଲା । ଏହାପରେ ପୋଲିସ ମହା ନିର୍ଦ୍ଦେଶକ ସପ୍ତମ ସଂଜୟ ଚୌଧୁରୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ କି ସିଲ ହୋଇ ମାଲଖାନାରେ ଥିବା ଗଞ୍ଜେଇକୁ କୋର୍ଟରେ ଦାଖଲ କରିବାକୁ । ଏହାର ଜବାବରେ ପୋଲିସ କହିଛି କି ମାଲଖାନାରେ ଥିବା ସମସ୍ତ ୫୮୧ କିଲୋ ଗଞ୍ଜେଇ ମୂଷା ଟାଣି ଦେଇଛି । ଏଣୁ ଏହାକୁ ଆଉ କୋର୍ଟରେ ଦାଖଲ କରାଯାଇ ପାରିବ ନାହିଁ ବୋଲି ପୋଲିସ ସ୍ପଷ୍ଟ କରିଥିଲା । ଏହାସହ ପୋଲିସ କହିଥିଲା କି ମୂଷା ଖାଇଯିବା ପରେ କିଛି ଗଞ୍ଜେଇ ବଞ୍ଚିଥିଲା ହେଲେ ତାହାକୁ ନଷ୍ଟ କରିଦିଆଯାଇଛି ।