କନକ ବ୍ୟୁରୋ : ଦୂରଯାତ୍ରା ପାଇଁ ସବୁ ବର୍ଗର ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ ଟ୍ରେନ । ଶସ୍ତା ଏବଂ ଦ୍ରୁତ ଗତି ହିସାବରେ ରେଳ ଯାତ୍ରାକୁ ଅଧିକାଂଶ ଲୋକେ ପସନ୍ଦ କରିଥାନ୍ତି । ରାଜ୍ୟର କୋଣ ଅନୁକୋଣକୁ ଯିବା ପାଇଁ ଲୋକେ ଅଧିକାଂଶ ଟ୍ରେନ ବଦଳାଇଥାନ୍ତି । ତେବେ ଭାରତ ନିଜର ବିଶାଳ ନେଟୱର୍କ ପାଇଁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛି । ଅନ୍ୟପଟେ ଦେଶର ଅଧିକାଂଶ ଲୋକେ ପ୍ରତିଦିନ ରେଳଯାତ୍ରା କରିଥାନ୍ତି । ତେବେ ଆମ ଭାରତ ବର୍ଷରେ ଏଭଳି ଏକ ରେଳ ଷ୍ଟେସନ ରହିଛି ଯେଉଁଠାରୁ ସମସ୍ତ ରାଜ୍ୟକୁ ଟ୍ରେନ ଯାତାୟତ କରିଥାଏ । ଏପରିକି ଏହାକୁ ଦେଶର ସବୁଠାରୁ ବ୍ୟସ୍ତ ବହୁଳ ରେଳ ଷ୍ଟେସନ ବୋଲି ମଧ୍ୟ କୁହାଯାଏ ।

Advertisment

ଦେଶରେ ରେଲୱେର ବିକାଶ ଦୃତ ଗତିରେ ହେଉଥିବାବେଳେ ପ୍ରାୟ ସବୁ ସ୍ଥାନରେ ରେଳ ଯାତ୍ରା କରିଥାଏ । ଭାରତର ଅନେକ ଦୁର୍ଗମ ସ୍ଥାନକୁ ମଧ୍ୟ ରେଳ ଯାତ୍ରା କରୁଛି । ଭାରତରେ କାଶ୍କୀରରୁ ଆରମ୍ଭ କରି କନ୍ୟା କୁମାରୀ ସବୁଆଡ଼େ ଯାତ୍ରା କରୁଛି । ତେବେ ଆପଣ ଜାଣିଛନ୍ତି କି, ଏମିତି ରେଳ ଷ୍ଟେସନ ରହିଛି ଯେଉଠି ସବୁ ରାଜ୍ୟକୁ ଯାତ୍ରା କରିଥାଏ ।

ମଥୁର ଜଙ୍କସନ ଭାରତରୁ ସବୁଠାରୁ ବହୁଳ ରେଳ ଷ୍ଟେସନ ମଧ୍ୟରୁ ଅନ୍ୟତମ । ଏହି ଷ୍ଟେସନରେ ଆପଣ ୨୪ ଘଂଟା ଟ୍ରେନର ଶବ୍ଦ ଶୁଣିବାକୁ ପାଇବେ । ଅନେକ ଟ୍ରେନ ଏଠାରୁ ଯାତ୍ରା କରନ୍ତି । ରାଜଧାନୀ ଦିଲ୍ଲୀରୁ ଦକ୍ଷିଣକୁ ଯାଉଥିବା ପ୍ରାୟ ସମସ୍ତ ଟ୍ରେନ ଏଠାରୁ ଚାଲିଯାଆନ୍ତି । ଏହା ବ୍ୟତିତ କାଶ୍ମୀର କିମ୍ବା କନ୍ୟାକୁମାରୀ ଯାଉଥିବା ଯାତ୍ରୀମାନେ ମଧ୍ୟ ମଥୁରା ରେଳ ଜଙ୍କସନରୁ ଟ୍ରେନ ଧରିପାରିବେ । କେବଳ ଏତିକି ନୁହେଁ ଏଠାରୁ ୟୁପି, ରାଜସ୍ଥାନ ସହିତ ଷଯ୍ରନ ଅନ୍ୟ ରାଜ୍ୟକୁ ଯାଇଥାଏ ।

ମୁଖ୍ୟତଃ ମଥୁରା ଜଙ୍କସନରେ ଚାରୋଟି ଦିଗ ପାଇଁ ଟ୍ରେନ ଉପଲବ୍ଧ ହୋଇଥାଏ । ତେବେ ୧୮୭୫ ମସିହାରେ ମଥୁରା ଜଙ୍କସନରେ ପ୍ରଥମଥର ପାଇଁ ଟ୍ରେନ ଚଳାଚଳ କରିଥିଲା । ମଥୁରା ଜଙ୍କସନ ଉତର କେନ୍ଦ୍ରୀୟ ରେଳର ଏକ ଅଂଶ । ଏହି ରେଳ ଜଙ୍କସନରୁ ଟ୍ରେନ ୭ଟି ରୁଟ ପାଇଁ ଚାଲିଥାଏ । ଯେଉଁଥିରେ ପୂର୍ବ, ପଶ୍ଚିମ, ଉତର ଏବଂ ଦକ୍ଷିଣର ପ୍ରାୟ ସମସ୍ତ ଦିଗ ଅନ୍ତଭୁକ୍ତ ରହିଛି । ଏହି ରେଳ ଜଙ୍କସନକୁ ମଧ୍ୟ ବ୍ୟସ୍ତବହୁଳ ବୋଲି ମଧ୍ୟ କୁହାଯାଇଥାଏ । କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ରାଜସ୍ଥାନ,ଛତିଶଗଡ଼, ମଧ୍ୟପ୍ରଦେଶ ସହିତ ଏଭଳି ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଟ୍ରେନ ଧରିପାରିବେ । ଅନେକ ସମୟରେ ସେଥିଲାଗି ଏହି ରେଳ ଜଙ୍କସନରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ । ଏପରିକି ଲୋକେ ମଧ୍ୟରେ ଅନ୍ୟ ଟ୍ରେନରେ ଯାତ୍ରା କରିଥାନ୍ତି । କିନ୍ତୁ ବ୍ୟସ୍ତବହୁଳ ଏହି ଜଙ୍କସନରୁ ଗହଳିରେ ଟ୍ରେନ ଧରିବା ମଧ୍ୟ ଅନେକ ସମୟରେ କଷ୍ଟସାଧ୍ୟ ହୋଇଥାଏ ।