କନକ ବ୍ୟୁରୋ: ଘର କୁ ଘର ପହଂଚୁଛି ପନିପରିବା । ନା ବଜାରକୁ ଆସିବେ କି ସାମାଜିକ ଦୂରତାକୁ ଖିଲାପ କରିବେ । ସେଥିପାଇଁ ଘରେ ପହଂଚିବ ତଟକା ପନିପରିବା । ଏଥିରେ ଚାଷୀ ମଧ୍ୟ ଉପକୃତ ହେବେ । ନିଜେ ଗାଡିରେ ଧରି ଚାଷୀ ଖୋଦ ପନିପରିବା ଲୋକଙ୍କୁ ଯୋଗାଇବେ । ତାଲାବନ୍ଦ ସମୟରେ ଅମଳ ଫସଲ କୁୁ ବଜାରରେ ବିକ୍ରି କରିବାରେ ସୁବିଧା ପାଉନଥିଲା ଚାଷୀ । ଜମିରେ ପନିପରିବା ପଡି ରହି ପଚୁଥିଲା ।

Advertisment

publive-image

ଏହି ସମୟରେ ନୂଆ ବାଟ ଦେଖାଇଛନ୍ତି ମାଥିିଲି ପିଇଓ । ସଂପୃକ୍ତ ଚାଷୀଙ୍କୁ ପ୍ରଶାସନର ବାହନ ସଜାଇଛନ୍ତି । ଘର କୁ ଘର ଯାଇ ଆବଶ୍ୟକୀୟ ଲୋକଙ୍କୁ ପରିବା ବିକ୍ରି କରିବାକୁ ଚାଷୀଙ୍କୁ ଅନୁମତି ଦେଇଛି ପ୍ରଶାସନ । ଉଦୁଲିବେଡା ପିଇଓ ଅଶୋକ ମହାରଣା ସ୍ୱତନ୍ତ୍ର ଭାବେ ଏକ ପରିବା ଗାଡି ନିୟୋଜିତ କରିଛନ୍ତି । ପ୍ରତିଦିନ ସମସ୍ତ ଚାଷୀଙ୍କ କିଛି କିଛି ପନି ପରିବା ନେଇ ଏହି ଗାଡିରେ ଲୋକଙ୍କ ପାଖକୁ ପହଂଚିବ । ଏହାଦ୍ୱାରା ଲୋକେ ମଧ୍ୟ ହାତପାହାନ୍ତରେ ତଟକା ପରିବା ପାଇପାରିବେ ଏବଂ ଚାଷୀ ବି ଉପକୃତ ହେବେ ।