କନକ ବ୍ୟୁରୋ : ଗାଁରେ ନାହିଁ ୪ଜୀ ନେଟୱାର୍କର ସୁବିଧା । ସହର ଅଭିମୁଖେ ଅନଲାଇନ୍ ପରୀକ୍ଷାର୍ଥୀ । ରାଜଧାନୀରେ ପାଠ ପଢୁଥିବା ଉପାନ୍ତ ଗାଁର ଛାତ୍ରଙ୍କ ଅନଲାଇନ୍ ପରୀକ୍ଷା ପାଇଁ ବାଧକ ସାଜିଛି ନେଟୱାର୍କ । ଉପାୟ ଶୂନ୍ୟ ଯୁବକମାନେ ୪ଜୀ ନେଟୱାର୍କ ଆସୁଥିବା ସ୍ଥାନରେ ଆସି ପରୀକ୍ଷା ଦେଉଛନ୍ତି ।
ମାଲକାନଗିରି ଜିଲା ମାଥିଲିରୁ ଆସିଛି ଡିଜିଟାଲ ବ୍ୟବସ୍ଥାର ବାସ୍ତବ ଚିତ୍ର । ଭୁବନେଶ୍ୱର ସ୍ଥିତ ବିଜେବି କଲେଜରେ ସାମ୍ବାଦିକତା ଓ ଲୋକ ସମ୍ପର୍କ ବିଭାଗରେ ଶେଷ ବର୍ଷରେ ପାଠ ପଢୁଛନ୍ତି ଛାତ୍ର ମନ ବାରିକ । ନିଜ ଗାଁ ଦଳପତିଗୁଡାରେ ମୋବାଇଲ ନେଟୱାର୍କ ନଥିବାରୁ ଗାଁରୁ ବାହାରି ଆସି ମାଥିଲି ସଦର ଠାରୁ ୪ କିଲୋମିଟର ଜଙ୍ଗଲ ଠାରେ ଥିବା କୁଡିଆ ଉପରେ ବସି ପରୀକ୍ଷା ଦେଇଛନ୍ତି । ନିଜ ମୋବାଇଲ ନଥିବାରୁ ଅନ୍ୟ ଜଣେ ସମ୍ପର୍କୀୟର ମୋବାଇଲ ଆଣି ଅନଲାଇନରେ ପରୀକ୍ଷା ଦେଇଛନ୍ତି ଏହି ମେଧାବୀ ଗରିବ ଛାତ୍ର ।
କରୋନା କଟକଣା ଯୋଗୁଁ ବନ୍ଦ ରହିଛି ସ୍କୁଲ କଲେଜ । ସରକାରଙ୍କ ପକ୍ଷରୁ ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ଉପାନ୍ତ ଅଂଚଳରେ ନେଟୱାର୍କ ନଥିବାରୁ ସଂପୂର୍ଣ୍ଣ ଠପ ହୋଇଯାଇଛି ଅନଲାଇନ୍ ପାଠପଢା । ଅନୁଗୁଳ ଜିଲ୍ଲା ସାତକୋଶିଆରେ ପ୍ରାୟ ୧ ଶହରୁ ଅଧିକ ଗାଁରେ ଛାତ୍ରଛାତ୍ରୀ ପାଠ ଛାଡି ଗାଇ ଚରାଉଥିବା ଦେଖିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/39-2.jpg)