ମଠ ମହନ୍ତଙ୍କ ମନର କଥା । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖିଲେ ଖୋଲା ଚିଠି, ଶ୍ରୀକ୍ଷେତ୍ର କଥା ବୁଝିବାକୁ କଲେ ଅନୁରୋଧ ।

973

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ପୁରୀର ବିଭିନ୍ନ ମଠର ମହନ୍ତ । ଶ୍ରୀମନ୍ଦିରର ୭୫ ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ସିଜେଆଇଙ୍କୁ ଚିଠି ଲେଖିଛନ୍ତି ମହନ୍ତ । ଏପରିକି ଏବେ ପୁରୀରେ ରହିଥିବା ସ୍ଥିତି ବାବଦରେ ଚିଠିରେ ଉଲ୍ଲେଖ କରିଛନ୍ତି ମହନ୍ତ ମାନେ । ପୁରୁଣା ମଠ ଗୁଡିକର ସୁରକ୍ଷା ପାଇଁ ଏହି ଉଚ୍ଛେଦ ପ୍ରକିୟା ଉପରେ ରହିତାଦେଶ ଜାରି କରିବାକୁ ଚିଠିରେ ନିବେଦନ କରିଛନ୍ତି । ଐତିହ୍ୟର ସୁରକ୍ଷା ବଦଳରେ ସରକାର ମଠ ଭାଙ୍ଗୁଥିବା ନେଇ ଚିଠିରେ ବିଚାରପତିଙ୍କୁ ଅବଗତ କରିଛନ୍ତି ମହନ୍ତ ମାନେ । ମଠ ଗୁଡିକର ଧାର୍ମିକ ମୂଲ୍ୟବୋଧକୁ ଅଣଦେଖା କରାଯାଇ ଭଙ୍ଗାଯାଉଛି । ଏପରିକି ଉଚ୍ଛେଦ ପ୍ରସଙ୍ଗରେ ବିଚାରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିଭିନ୍ନ ମଠର ମହନ୍ତ ।

ରାଜ୍ୟ କ୍ୟାବିନେଟରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ ମିଟର ଉଚ୍ଛେଦ କରିବା ନେଇ କ୍ୟାବିନେଟ ପାସ୍ ହୋଇଥିବା ବେଳେ ଏହାର ପରିଧି ମଧ୍ୟରେ ୧୮ଟି ମଠ ରହିଛି । ତେବେ ମଠର ମହନ୍ତଙ୍କ ସହମତି ବିନା ଏହି ମଠ ଗୁଡିକୁ ଭଙ୍ଗା ଯାଉଛି । ଜିଲ୍ଲା ପ୍ରଶାସନ ମଠ ଭାଙ୍ଗିବାକୁ ଚାପ ପକାଉଥିବା ଚିଠିରେ ଉଲ୍ଲେଖ ରହିଛି । ଶ୍ରୀକ୍ଷେତ୍ରର ସ୍ଥିତି ଜାଣିବା ପାଇଁ ଆମିକସ୍ୟ କ୍ୟୁରି ଓ ଏସଜିଙ୍କୁ ପୁରୀ ଆସିବାକୁ କହିଥିଲେ ସୁପ୍ରିମକୋର୍ଟ । ତେବେ ସେମାନଙ୍କୁ ଅପେକ୍ଷା ନକରି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଏପରିକି ଶ୍ରୀମନ୍ଦିରରେ ଚାରିପାଖରେ ଉଚ୍ଛେଦ ନେଇ ଗତ ସପ୍ତାହରେ ସୁପ୍ରିମକୋର୍ଟରେ ମିଛ ତଥ୍ୟ ରଖିଥିଲେ ଏଜି । ଉଚ୍ଛେଦ ପାଇଁ ମଠର ମହନ୍ତ ମାନେ ସହମତି ଦେଇଥିବା କହିଥିଲେ ଏଜି । କିନ୍ତୁ ଉଚ୍ଛେଦ ପାଇଁ ମଠର ମହନ୍ତ ମାନେ ସହମତି ଦେଇନଥିବା ଚିଠିରେ ଉଲ୍ଲେଖ ରହିଛି । ତେଣୁ ଖୁବଶୀଘ୍ର ଉଚ୍ଛେଦ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବାକୁ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ମଠର ମହନ୍ତ ମାନେ ।