ଶିଶୁଙ୍କ ଯତ୍ନ ପାଇଁ ମହିଳାଙ୍କ ଭଳି ପୁରୁଷଙ୍କୁ ମଧ୍ୟ ମିଳିବ ସମାନ ଅଧିକାର । ଶିଶୁର ଦେଖାଶୁଣା ପାଇଁ ପୁରୁଷ କର୍ମଚାରୀ ନେଇପାରିବେ ୭୫୦ ଦିନର ଛୁଟି

Advertisment
ଶିଶୁଙ୍କ ଯତ୍ନ ପାଇଁ ମହିଳାଙ୍କ ଭଳି ପୁରୁଷଙ୍କୁ ମଧ୍ୟ ମିଳିବ ସମାନ ଅଧିକାର । ଶିଶୁର ଦେଖାଶୁଣା ପାଇଁ ପୁରୁଷ କର୍ମଚାରୀ ନେଇପାରିବେ ୭୫୦ ଦିନର ଛୁଟି

ମହିଳାଙ୍କ ଭଳି ଶିଶୁର ଦେଖାଶୁଣା ପାଇଁ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ମିଳିବ ଛୁଟି । ତେବେ ଛୁଟି କେବଳ କେନ୍ଦ୍ର ସରକାରୀଙ୍କ ଅଧିନରେ ଚାକିରୀ କରୁଥିବା ସିଙ୍ଗଲ ମେଲ ପେରେଂଟସକୁ ମିଳିବ । ଚାକିରୀ କାଳ ମଧ୍ୟରେ ମୋଟ ୭୫୦ ଦିନ ଛୁଟି ନେଇପାରିବେ ପୁରୁଷ କର୍ମଚାରୀ । ଶିଶୁଙ୍କ ଯତ୍ନ ସେହି ପୁରୁଷମାନେ ନେଇପାରିବେ, ଯାହା ଉପରେ ଶିଶୁଟି ସଂପୂର୍ଣ୍ଣ ନିର୍ଭରଶୀଳ ।

publive-image

ଅବିବାହିତ କର୍ମଚାରୀ, କିମ୍ବା ସ୍ତ୍ରୀଙ୍କ ସହ ଛାଡପତ୍ର ଦେଇଥିବେ କିମ୍ବା ଯାହାର ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିବ । ଏପରି ପୁରୁଷ କର୍ମଚାରୀଙ୍କୁ ୭୫୦ ଦିନ ଛୁଟି ମିଳିବ । ସପ୍ତମ ବେତନ କମିସନଙ୍କ ସୁପାରିଶ ପରେ ଏନେଇ ଡିପାର୍ଟମେଂଟ ଅପ ପର୍ସନାଲ ଆଣ୍ଡ ଟ୍ରେନିଂ ତରଫରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

publive-image

ତେବେ ୭୫୦ ଦିନର ଛୁଟି ତିନିଟି ପର୍ଯ୍ୟାୟରେ ନେଇ ପାରିବେ ପୁରୁଷ କର୍ମଚାରୀ । ତେବେ ପ୍ରଥମ ୩୬୫ ଦିନ ଛୁଟି ପାଇଁ ଶହେ ପ୍ରତିଶତ ଦରମା ମିଳିବ । ଏବଂ ବାକି ୩୬୫ ଦିନ ପାଇଁ ୮୦ ପ୍ରତିଶତ ଦରମା ମିଳିବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe