ମହିଳାଙ୍କ ଭଳି ଶିଶୁର ଦେଖାଶୁଣା ପାଇଁ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ମିଳିବ ଛୁଟି । ତେବେ ଛୁଟି କେବଳ କେନ୍ଦ୍ର ସରକାରୀଙ୍କ ଅଧିନରେ ଚାକିରୀ କରୁଥିବା ସିଙ୍ଗଲ ମେଲ ପେରେଂଟସକୁ ମିଳିବ । ଚାକିରୀ କାଳ ମଧ୍ୟରେ ମୋଟ ୭୫୦ ଦିନ ଛୁଟି ନେଇପାରିବେ ପୁରୁଷ କର୍ମଚାରୀ । ଶିଶୁଙ୍କ ଯତ୍ନ ସେହି ପୁରୁଷମାନେ ନେଇପାରିବେ, ଯାହା ଉପରେ ଶିଶୁଟି ସଂପୂର୍ଣ୍ଣ ନିର୍ଭରଶୀଳ ।
ଅବିବାହିତ କର୍ମଚାରୀ, କିମ୍ବା ସ୍ତ୍ରୀଙ୍କ ସହ ଛାଡପତ୍ର ଦେଇଥିବେ କିମ୍ବା ଯାହାର ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିବ । ଏପରି ପୁରୁଷ କର୍ମଚାରୀଙ୍କୁ ୭୫୦ ଦିନ ଛୁଟି ମିଳିବ । ସପ୍ତମ ବେତନ କମିସନଙ୍କ ସୁପାରିଶ ପରେ ଏନେଇ ଡିପାର୍ଟମେଂଟ ଅପ ପର୍ସନାଲ ଆଣ୍ଡ ଟ୍ରେନିଂ ତରଫରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।
ତେବେ ୭୫୦ ଦିନର ଛୁଟି ତିନିଟି ପର୍ଯ୍ୟାୟରେ ନେଇ ପାରିବେ ପୁରୁଷ କର୍ମଚାରୀ । ତେବେ ପ୍ରଥମ ୩୬୫ ଦିନ ଛୁଟି ପାଇଁ ଶହେ ପ୍ରତିଶତ ଦରମା ମିଳିବ । ଏବଂ ବାକି ୩୬୫ ଦିନ ପାଇଁ ୮୦ ପ୍ରତିଶତ ଦରମା ମିଳିବ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/Right-up.jpg)
/kanak/media/post_attachments/wp-content/uploads/2018/12/govt-employee-office-759-300x167.jpg)
/kanak/media/post_attachments/wp-content/uploads/2018/12/dad_feeding_baby_bottle-e1469179348960-300x200.jpg)