କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ୍ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି । ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକମାନେ ଏହି ବଡ ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରିଛନ୍ତି । କିନ୍ତୁ ଏହା ପୂର୍ବରୁ ଆଇସିସି ଏକ ଲିଗରେ ମ୍ୟାଚ୍ ଫିକ୍ସିଂ ହୋଇଥିବା ପ୍ରକାଶ କରିଛି । ଆଉ ଏହି ଅଭିଯୋଗ ଉପରେ ଅନେକ ଲୋକଙ୍କୁ ବ୍ୟାନ କରାଯାଇଛି । ଏମିରେଟ୍ସ କ୍ରିକେଟ୍ ବୋର୍ଡ ଅଧୀନରେ ଆୟୋଜିତ ହେବାକୁ ଥିବା ଆବୁଧାବି ଟି -୧୦ ଲିଗରେ ମୋଟ ୮ ଜଣଙ୍କୁ ଅନିୟମିତତା କରିଥିବା ଆଇସିସି ଅଭିଯୋଗ କରିଛି ।

Advertisment

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଏଥିରେ ବାଂଲାଦେଶର ପୂର୍ବତନ ଅଲରାଉଣ୍ଡର ନାସିର ହୁସେନଙ୍କ ସମେତ ମୋଟ ୮ ଜଣଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ । ଏଥି ମଧ୍ୟରେ କ୍ରିକେଟର, ସପୋର୍ଟ ଷ୍ଟାଫ୍ ଏବଂ ଦଳର ମାଲିକ ମଧ୍ୟ ଅଛନ୍ତି । ନାସିର ହୁସେନଙ୍କ ଉପରେ ଆଇସିସି ଧାରା ୨.୪.୩, ଧାରା ୨.୪.୪ ଏବଂ ଧାରା ୨.୪.୬ ଲାଗୁ କରିଛି । ଅଭିଯୋଗ ରହିଛି, ଯେଉଁଥିରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳିବା ବେଳେ କିଛି ଉପହାର ପାଇବାକୁ ଦାବି ରହିଛି ଏବଂ ସମାନ ତଥ୍ୟ ଲୁଚି ରହିଛି । ଆଇସିସି ଅନୁଯାୟୀ, ଏହି ସବୁ ଅନିୟମିତତା ଆବୁଧାବି ଟି -୧୦ ଲିଗର ୨୦୨୧ ସଂସ୍କରଣରେ ଘଟିଥିଲା ।