କନକ ବ୍ୟୁରୋ: ବର୍ଷା ଯୋଗୁଁ ମେଲବର୍ଣ୍ଣ ଟି-୨୦କୁ ଶୁକ୍ରବାର ରଦ୍ଦ କରି ଦିଆଯାଇଛି। ରିପୋର୍ଟ ଅନୁସାରେ ବାରମ୍ବାର ବର୍ଷା ଦାଉ ସାଜିବାରୁ ପ୍ରଥମେ ଅଷ୍ଟ୍ରେଲିଆ ଇନିଂସକୁ ୧୯ ଓଭର କରି ଦିଆଯାଇଥିବା ବେଳେ ଭାରତକୁ ଡିଏଲ୍ ନିୟମ ଅନୁସାରେ ୧୧ ଓଭରରେ ୯୦ ରନ୍ ଟାର୍ଗେଟ ମିଳିଥିଲା।
Sadly, the play has been called off at the MCG. Australia take a 1-0 series lead with one more game to go.#AUSvINDpic.twitter.com/C3b9iKxNM2
— BCCI (@BCCI) November 23, 2018
ତିନି ମ୍ୟାଚ୍ ଶୃଙ୍ଖଳାର ୨ୟ ମ୍ୟାଚରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପ୍ରବଳ ଦର୍ଶକ ଏବଂ ପ୍ରଶଂସକ ଥିବା ବେଳେ ବର୍ଷା ଦାଉ ସାଜିଥିଲା। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ ହରାଇ ୧୩୨ ରନ୍ ସଂଗ୍ରହ କରିଥିଲା। ଏହା ପରେ ଭାରତକୁ ୧୧ ଓଭରରେ ୯୦ ରନ୍ ଟାର୍ଗେଟ ମିଳିଥିଲା। ବର୍ଷା ଶେଷ ହେବା ପରେ ଭାରତକୁ ୫ ଓଭରରେ ୪୬ ରନ୍ ଟାର୍ଗେଟ ମିଳିଥିଲା କିନ୍ତୁ ବର୍ଷା ପୁଣି ଥରେ ଆରମ୍ଭ ହୋଇଥିଲା। ଫଳରେ ୨ୟ ଇନିଂସ ଖେଳ ହୋଇ ପାରି ନଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମେକଡରମଟ ୩୦ ବଲ ଖେଳି ୩୨ ରନ ବିସ୍ଫୋରକ ବ୍ୟାଟିଂ କରିଥିଲେ।