କନକ ବ୍ୟୁରୋ : ଆଇପିଏଲକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ କରୋନାର ଏଣ୍ଟ୍ରି ପରେ ବିସିସିଆଇ ବଡ ନିଷ୍ପତ୍ତି ନେଇଛି । ଏବେ ଦିଲ୍ଲୀ କ୍ୟାପିଟାଲ୍ସର ୫ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ବଡ ନିଷ୍ପତ୍ତି ନେଇଛି ବୋର୍ଡ । ପୂର୍ବରୁ ଏହି ମ୍ୟାଚ୍ ପୁଣେରେ ଖେଳାଯିବାକୁ ସ୍ଥିର ହୋଇଥିବା ବେଳେ ଏବେ ଏହି ମ୍ୟାଚ୍ ମୁମ୍ବାଇରେ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।
ଆଇପିଏଲ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ ମୁତାବକ, ଦିଲ୍ଲୀ କ୍ୟାପିଟାଲ୍ସର ମୋଟ ୫ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଯେଉଁ କାରଣରୁ ଏଭଳି ନିଷ୍ପତ୍ତି ନେବାକୁ ପଡିଲା । ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ଖେଳାଳୀ ଭାବେ କେବଳ ମିସେଲ ମାର୍ଶ ରହିଛନ୍ତି । ଅନ୍ୟ ୪ ଜଣ ଦଳର ଷ୍ଟାଫ ରହିଛନ୍ତି । ତେବେ କରୋନାରେ ସଂକ୍ରମିତ ହେବା ପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି । ସଙ୍ଗରୋଧର ଷଷ୍ଠ ଓ ସପ୍ତମ ଦିନ ପୁଣିଥରେ ଆରଟିପିସିଆର ଟେଷ୍ଟ କରାଯିବ, ଆଉ ଏହାପରେ ସମସ୍ତଙ୍କୁ ବାୟୋ ବବଲରେ ଏଣ୍ଟ୍ରି କରାଯିବ କି ନାହିଁ ସେ ବାବଦରେ ନିଷ୍ପତ୍ତି ନିଆଯିବ ।
OFFICIAL STATEMENT:
Delhi Capitals all-rounder Mitchell Marsh has tested positive for COVID-19, following which he has been admitted to a hospital. The Delhi Capitals medical team is closely monitoring Marsh’s condition. pic.twitter.com/lvatopJtcV
— Delhi Capitals (@DelhiCapitals) April 18, 2022
୧୬ ଏପ୍ରିଲ ପରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରତ୍ୟେକ ସଦସ୍ୟଙ୍କର ଆରଟିପିସିଆର ଟେଷ୍ଟ କରାଯାଉଛି । ଆଜି ବାକି ସମସ୍ତ ସଦସ୍ୟଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଆସନ୍ତାକାଲି ପୁଣିଥରେ ପୂରା ଦଳର ସଦସ୍ୟଙ୍କର ପୁଣିଥରେ ଟେଷ୍ଟ କରାଯିବ ।
ଏହାପୂର୍ବରୁ କରୋନା କାରଣରୁ ଆଇପିଏଲ ୨୦୨୧କୁ ମଧ୍ୟ ମଝିରୁ ସ୍ଥଗିତ କରିବାକୁ ପଡିଥିଲା । ତେବେ ପରେ ୟୁଏଇରେ ବଳକା ମ୍ୟାଚ୍ ଖେଳାଯାଇଥିଲା । କିନ୍ତୁ ଏବେ ପୁଣିଥରେ ଆଇପିଏଲରେ କରୋନାର ଏଣ୍ଟ୍ରି ପରେ ବିସିସିଆଇ ଚିନ୍ତା ବଢିଛି ।