ଧରାପଡିଲା ଭୁବନେଶ୍ୱରରେ ଦୁଇ ଦୁଇଟି ବ୍ୟାଙ୍କ ଲୁଟର ମାଷ୍ଟରମାଇଣ୍ଡ : ୧୦ ଲକ୍ଷ ସହ ସ୍କୁଟି ଓ ବନ୍ଧୁକ ଜବତ, ସେପ୍ଟେମ୍ବରରେ ହୋଇଥିଲା ଲୁଟ୍

କନକ ନ୍ୟୁଜ ପାଖରେ ନନ୍ଦନବିହାର ସିସିଟିଭ ଫୁଟେଜର ଏକ୍ସକ୍ଲୁସିଭ ଫୁଟେଜ

1,455

କନକ ବ୍ୟୁରୋ : ଭୁବନେଶ୍ୱର ବ୍ୟାଙ୍କ ଅଫ ଇଣ୍ଡିଆ ବରିମୁଣ୍ଡ ଶାଖାରୁ ୧୦ ଲକ୍ଷ ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । କମିଶନରେଟ ପୁଲିସ କବଜାରେ ଡକାୟତ ଲୁଟେରା ସୌମ୍ୟରଞ୍ଜନ ଜେନା । ସୌମ୍ୟରଞ୍ଜନ ଗିରଫ ହେବା ସହ ତାଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଏହା ସହ ବ୍ୟବହୃତ ବନ୍ଧୁକ ଓ ସ୍କୁଟିକୁ ବି ଜବତ କରିଛି ପୁଲିସ । ସୌମ୍ୟରଞ୍ଜନର ଘର ମଂଚେଶ୍ୱରର ଟାଙ୍ଗିବନ୍ତ ଅଚଂଳ ବୋଲି ଜଣାପଡିଛି । ସେହିଭଳି ସେପେଟମ୍ବର ୭ ତାରିଖରେ ଭୁବନେଶ୍ୱରର ନନ୍ଦନ ବିହାର ଅଂଚଳ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ରେ ହୋଇଥିବା ଅନ୍ୟ ଏକ ଲୁଟ ଘଟଣାର ମାଷ୍ଟରମାଇଣ୍ଡ ବି ଏହି ସୌମ୍ୟରଞ୍ଜନ ବୋଲି ଜଣାପଡିଛି ।

ଗତମାସ ୨୮ ତାରିଖରେ ସୌମ୍ୟରଞ୍ଜନ ଏକାକୀ ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଅଫ ଇଣ୍ଡିଆ ବରିମୁଣ୍ଡ ଶାଖାରୁ ବନ୍ଧୁକ ଫୁଟାଇ ଲୁଟ କରିଥିଲା । ସୌମ୍ୟରଞ୍ଜନ ହେଲମେଟ ପିନ୍ଧି ଗାଡିରେ ଆସି ବ୍ୟାଙ୍କ ଭିତରକୁ ଧସେଇ ପଶିଥିଲା । ତାର ଦୁଇ ହାତରେ ଦୁଇଟି ପିସ୍ତଲ ଥିଲା । ଅତର୍କିତ ଗୁଳିମାଡ କରି ସେ ଏହି ଲୁଟ କରିଥିଲା । କନକନ୍ୟୁଜ ହାତରେ ନନ୍ଦନବିହାର ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଏକ୍ସକ୍ଲୁସିଭ ଚିତ୍ର ହସ୍ତଗତ ହୋଇଛି ।