କନକ ବ୍ୟୁରୋ : ଆପଣଙ୍କ ପକେଟରେ ଥିବା ନୋଟ୍ ଜାଲ୍ ନୁହେଁ ତ? ଠକେଇରେ ପଡିବା ଆଗରୁ ଯାଂଚ କରିନିଅନ୍ତୁ । କାରଣ ରାଜଧାନୀର ସାଲିଆ ସାହିରେ ଚାଲିଛି ଟଙ୍କାଶାଳ । ପୁଣି ଧରାପଡିଲା ଟଙ୍କା ଛାପା କାରଖାନା । ଜବତ ହୋଇଛି ଟଙ୍କା ଛପା ମେସିନ୍ ଓ କମ୍ପ୍ୟୁଟର । ରାଜଧାନୀର ଛାତିରେ ସମସ୍ତଙ୍କ ଆଖିରେ ଧୁଳି ଦେଇ ଚାଲିଥିଲା ଜାଲନୋଟ୍ ଛପା । ଆଜି ମାଷ୍ଟରମାଇଣ୍ଡ ଧରା ପଡିବା ପରେ ହୋଇଛି ଏହାର ଖୁଲାସା । ଜାଲ୍ ନୋଟ୍ କାରବାରୀଙ୍କ ଟାର୍ଗେଟରେ ଥିଲେ ଅଶିକ୍ଷିତ, ନିଶାଖୋର ଆଉ ଆଦିବାସୀ ଅଂଚଳର ଲୋକ ।
ପୋଲିସକୁ ମାଷ୍ଟରମାଇଣ୍ଡ କହିଛି, କେମିତି ଆଦିବାସୀ ଅଂଚଳରେ ଉଡୁଥିଲା ବିଡା ବିଡା ଟଙ୍କା । ଡ୍ରଗ୍ସ ଓ ଦେଶୀ ମଦ ଭାଟି ଥିଲା ଏମାନଙ୍କ ଟାର୍ଗେଟରେ । ରାଜଧାନୀର ନକଲି ନୋଟ୍ କିଭଳି ଯାଉଥିଲା ବାରିପଦାକୁ ।
କେବଳ ବାରିପଦା ନୁହେଁ ରାଜଧାନୀର କିଛି ସ୍ଥାନରେ ବି ଜାଲ ନୋଟର କାରବାର କରିଥିଲା ଟୁଡୁ । କେଉଁ ଯାଗାରେ ଟଙ୍କା କାରବାର କରିଥିଲା, ସେହି ସ୍ଥାନରେ ରେକି କରିଥିଲା ପୋଲିସ । ଦିନ ତମାମ ପୁଲିସ ଟୁଡୁକୁ ସାରା ରାଜଧାନୀ ବୁଲାଇବା ପରେ, ଜଣାଇଥିଲା ଟଙ୍କା ଛାପା କାରାଖାନାର ଠିକଣା ।
ଜାଲନୋଟର ଜାଲରେ ରାଜଧାନୀ ଆସିବା ପରେ ଏବେ ପୋଲିସର ଚିନ୍ତା ବଢିଛି । ଜଣେ ଏସିପି ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ କରୁଥିବା ବେଳେ, ବାରିପଦା ପୁଲିସ ମାମଲାର ମୁଳରେ ପହଂଚିବାକୁ ଟୁଡୁକୁ ନିଜ ହେବାଜତକୁ ନେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-21-20h04m56s500.png)