କନକ ବ୍ୟୁରୋ : ମାଷ୍ଟର ସେଫର ବିଚାରକ ତଥା ଜଣାଶୁଣା ମିସେଲିନ୍ ଷ୍ଟାର ସେଫ୍ ଗରିମା ଅରୋରା ପୁଣି ଥରେ ମିସେଲିନ୍ ଷ୍ଟାର ହେବାର ସୌଭାଗ୍ୟ ପାଇଛନ୍ତି । ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଥିବା ଗରିମାଙ୍କ ରେଷ୍ଟୁରାଣ୍ଟ‘ଗା’ ଏହି ମାନ୍ୟତା ପାଇଛି । ମାତ୍ର ୩୭ ବର୍ଷ ବୟସ୍କ ଗରିମା ପୁର୍ବରୁ ୨୦୧୮ରେ ପ୍ରଥମଥର ପାଇଁ ଏହି ସମ୍ମାନ ପାଇଥିଲେ ବର୍ତମାନ ଭାରତର ପ୍ରଥମ ମହିଳା ଭାବେ ସେ ଦ୍ୱିତୀୟ ଥର ପାଇଁ ସେ ଏହି ସମ୍ମାନ ପାଇଛନ୍ତି ।
ଏହି ରେଷ୍ଟୁରାଣ୍ଟଟି ବ୍ୟାଙ୍କକର ଠିକ ମଝିରେ ପୁନଃ ନବୀକରଣ କରାଯାଇଥିବା ଏକ ଥାଇ ଶୈଳୀର ଘରେ କରାଯାଇଛି । ଏଠାରେ ଭାରତୀୟ ଖାଦ୍ୟକୁ ଆଧୁନିକ ଢଙ୍ଗରେ ପରିବେଷଣ କରାଯାଇଥାଏ । ଏହି ସ୍ଥାନ ପାଇଁ ଗରିମାଙ୍କୁ ୩୨ ବର୍ଷ ବୟସରେ ପ୍ରଥମ ଥର ପାଇଁ ପ୍ରଥମ ଭାରତୀୟ ମହିଳା ଭାବେ ମିସେଲିନ ଷ୍ଟାର ମିଳିଥିଲା ।
ଗରିମା ଏ ନେଇ ନି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଖୁସି ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ, ବିଗତ ବର୍ଷ ତାଙ୍କ ପାଇଁ ଟିକେ ଜଟିଳ ଥିଲା । ପୁଅ ଜନ୍ମ ହେବା ପରଠୁ ମାଆ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରିବା ଓ ଏହା ସହ ନିଜ କାର୍ଯ୍ୟ କ୍ଷେତ୍ରକୁ ସମ୍ଭାଳିବା ଏତେ ସହଜ ନଥିଲା । କିନ୍ତୁ ଏପରି ସମୟରେ ନିଜ ଟିମର ସହଯୋଗ ପାଇଁ ସେ ଏହି ସଫଳତା ପାଇ ପାରିଛନ୍ତି ବୋଲି ଖୁସି ବ୍ୟକ୍ତ କରିଛନ୍ତି ।
ଗରିମାଙ୍କ ସହ ବିଚାରକ ତଥା ଭାଇ ବିକାଶ ଖାନ୍ନା ଏ ନେଇ ଖୁସି ହେବା ସହ ଏହି ଦିନଟି ଅନ୍ତର୍ଜାତିକ ସ୍ତରରେ ଭାରତୀୟ ଖାଦ୍ୟ ଇତିହାସ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ ବୋଲି ପୋଷ୍ଟ କରିଛନ୍ତି । ଏହାକୁ ନେଇ ସେଫ ରନବୀର ବ୍ରାର ମଧ୍ୟ କହିଛନ୍ତି କି ପୃଥିବୀ ଜାଣିବା ଦରକାର ବିଶ୍ୱ ସ୍ଥରରେ ମହିଳା ମାନଙ୍କ ସ୍ଥାନ କେତେ ଉଚ୍ଚକୁ ଉଠିଲାଣି । ପୁରା ଦେଶ ଆଜି ଗରିମାଙ୍କ ଏ ସଫଳତାକୁ ନେଇ ଗର୍ବିତ ଓ ମହିଳା ମାନଙ୍କ ପାଇଁ ଗରିମା ଉଦାହରଣ ସୃଷ୍ଟି କରିଛନ୍ତି ।