ବିସିସିଆଇର ଟାଇଟଲ ସ୍ପନ୍ସର ବନିଲା ମାଷ୍ଟରକାର୍ଡ, ସମୟ ପୂର୍ବରୁ ଓହରିଲା ପେଟିଏମ୍

263

କନକ ବ୍ୟୁରୋ: ଲୋକଙ୍କ ପାଖରେ ପହଞ୍ଚିବାକୁ ନିଜ ରଣନୀତିକୁ ବ୍ୟାପକ କରିଛି ମାଷ୍ଟର କାର୍ଡ । ଏବେ ଟିମ ଇଣ୍ଡିଆର ଟାଇଲ ସ୍ପନ୍ସର କରିବ ମାଷ୍ଟର କାର୍ଡ । ଏନେଇ ମାଷ୍ଟର କାର୍ଡ ବିସିସିଆଇ ସହ ଚୁକ୍ତି କରିଛି । ଏଥିସହ ମାଷ୍ଟରକାର୍ଡ ଘରୋଇ ମୈଦାନରେ ଆୟୋଜିତ ସମସ୍ତ ଅନ୍ତର୍ଜାତୀୟ ମ୍ୟାଚରେ ଉଭୟ ପୁରୁଷ ଓ ମହିଳା ଟିମର ଟାଇଟଲ ସ୍ପନ୍ସର ହେବ । ଏଥିରେ ବିସିସିଆଇ ଆୟୋଜିତ କରୁଥିବା ଇରାନୀ ଟ୍ରଫି, ଦଲ୍ଲିପ ଟ୍ରଫି, ରଣଜୀ ଟ୍ରଫି ସହ ସମସ୍ତ ଜୁନିୟର କ୍ରିକେଟ ମ୍ୟାଚ ସାମିଲ ଅଛି ।

ମାଷ୍ଟରକାର୍ଡ ପେଟିଏମର ସ୍ଥାନ ନେଇଛି । ପେଟିଏମ ପାଖାପାଖି ୭ ବର୍ଷ ଧରି ଟାଇଟଲ ସ୍ପନ୍ସର ରହିଥିଲା । ୨୦୧୯ରେ ବିସିସିଆଇ ଭାରତରେ ଅନ୍ତରାଷ୍ଟ୍ରିୟ ଘରୋଇ କ୍ରିକେଟ ମ୍ୟାଚର ଟାଇଟଲ ସ୍ପନ୍ସର ପେଟିଏମର ଇବଧିକୁ ୪ ବର୍ଷ ବଢାଇଥିଲେ । ପେଟିଏମ ୨୦୧୯ରୁ ୨୦୨୩ ଯାଏଁ ୩୨୬.୮୦ କୋଟି ଟଙ୍କାରେ ଚୁକ୍ତି କରିଥିଲା । ହେଲେ ଅବଧି ଶେଷ ହେବା ପୂର୍ବରୁ ପେଟିଏମ ଓହରି ଯାଇଛି ।