କ୍ରିକେଟ୍ ଜଗତରେ ମାତ୍ର ୨୪ ବର୍ଷରୁ (୧୯୮୯-୨୦୧୩) ପାଦ ଥାପିଥିବା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ ପହଚିଂଛନ୍ତି । ୧୬ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ରେ ଯୋଗ ଦେଇଥିବା ଏହି ‘ଛୋଟ ସଚ୍ଚିନ’ ୪୦ ବର୍ଷ ପରେ ହିଁ ନିଜ ବ୍ୟାଟକୁ ଆରାମ ଦେଇଥିଲେ । କ୍ରିକେଟ୍ ଖେଳୁଥିବା ସମୟରେ କେବେ ଥକିନଥିବା ସଚ୍ଚିନ ନିଜ କ୍ରିକେଟ୍ ଜୀବନରେ ଅନେକ କୀର୍ତ୍ତିନାମା କରିଥିଲେ ଯେଉଁଥିପାଇଁ ତାଙ୍କୁ “କ୍ରିକେଟର ଭଗବାନ” ର ଆଖ୍ୟା ମଧ୍ୟ ଦିଆଯାଇଥିଲା । ମୁମ୍ବାଇର ଶାରଦା ଆଶ୍ରମ ସ୍କୁଲରୁ ବ୍ୟାଟ୍-ବଲ୍ ଧରିବାର ସ୍ୱପ୍ନ ଦେଖୁଥିବା ଏହି ବାଳକ ଯେ ବିଶ୍ୱ କ୍ରିକେଟରେ ଇତିହାସ ରଚିବେ ଏହା ସେ ନିଜେ ମଧ୍ୟ ଜାଣିନଥିଲେ ।
ବର୍ତ୍ତମାନ ସଚ୍ଚିନ ଆଇପିଏଲ୍ ଖେଳରେ ମୁମ୍ବାଇ ଇଣ୍ଡିୟାନ୍ସ ଟିମ୍ ସହ ମେଣ୍ଟର ରୁପରେ ନଜର ଆସିଥିଲେ । ମଇଦାନରେ ତାଙ୍କର ଉପସ୍ଥିତି ଖେଳାଳୀଙ୍କୁ ଆଗକୁ ବଢିବାକୁ ପ୍ରେରିତ କରୁଛି ଏବଂ କିଛି ଶିଖିବାକୁ ମଧ୍ୟ ସୁଯୋଗ ଦେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/SACHIN.jpg)
/kanak/media/post_attachments/wp-content/uploads/2019/04/SachinBday_B2121-300x152.jpg)