ମସ୍ତାନୀ ଗର୍ଲଙ୍କ ବଢିଲା ମୁସ୍କିଲ : ମୁମ୍ୱାଇର ଏନସିବି ଜୋନାଲ କାର୍ଯ୍ୟାଳୟରେ ମାରାଥନ୍ ଜେରା, ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ଚାଟକୁ ମାନିଗଲେ ଦୀପିକା; କହିଲେ ହ୍ୱାଟସ୍ ଆପ୍ ଗ୍ରୁପର ସେ ଥିଲେ ଆଡମିନ 

215

କନକ ବ୍ୟୁରୋ : ବଲିଉଡ ଡ୍ରଗ୍ସ କାରବାର ଲିଙ୍କ ମାମଲା । ନାର୍କୋଟିକ୍ସ ବ୍ୟୁରୋରେ ହାଜର ହେଲେ ବଲିଉଡର ‘ମସ୍ତାନୀ’ ଦୀପିକା ପାଦୁକୋନ । ନାରକୋଟିକ୍ସ ବ୍ୟୁରୋର ଗେଷ୍ଟହାଉସରେ ପହଁଚିଛନ୍ତି ଦୀପିକା ପାଦୁକୋନ । ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟ ନେଇ ଅଧିକ ପଚରାଉଚରା କରୁଛି ଏନସିବି । ଆଜି ସମସ୍ତଙ୍କ ନଜର ରହଛି ଦୀପିକାଙ୍କ ଉପରେ । କାରଣ କରିଶ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟରେ ଦୀପିକାଙ୍କ ନାଁ ଆସିବା ପର ଠାରୁ ଏହି ଘଟଣା ଭିତରକୁ ଟାଣି ହୋଇଆସିଛନ୍ତି ଦୀପିକା । ଡ୍ରଗ୍ସ ଚାର୍ଟ ନେଇ ଦୀପିକାଙ୍କ ମତ କଣ ଜାଣିବାକୁ ଚାହିଁଛି ଏନସିବି ।

କାହାଠାରୁ ସେ ଡ୍ରଗ୍ସ ମଗାଉଥିଲେ , କାହା ପାଇଁ ମଗାଉଥିଲେ, ନା ନିଜେ ଡ୍ରଗ୍ସ ନେଉଥିଲେ, ଡ୍ରଗ୍ସ ପାର୍ଟକୁ କେମିତି ଆସୁଥିଲା ଡ୍ରଗ୍ସ, କେଉଁ ମାନଙ୍କ ଜରିଆରେ ସେ ଡ୍ରଗ୍ସ ମଗାଉଥିଲେ , କେଉଁ ଡ୍ରଗ୍ସ ପେଡଲରଙ୍କ ସହିତ ରହିଛି ତାଙ୍କର ସଂପର୍କ , ଏସବୁ ପ୍ରଶ୍ନର ଜବାବ ଖୋଜୁଛି ଏନସିବି । ଏନସିବି ଅଧିକାରୀ ଦୀପିକାଙ୍କ ମୋବାଇଲକୁ ନିଜ ପାଖରେ ରଖି ହ୍ୱାଟସ୍ ଆପ୍ ଚାଟ୍ ନେଇ ଅଧିକ ଖୋଳତାଡ ଜାରି ରଖିଛି । ସକାଳ ପ୍ରାୟ ୧୦ଟାରୁ ଦୀପିକାଙ୍କୁ ପଚରାଉଚରା କରୁଛନ୍ତି ନାରକୋଟିକ୍ସ ବ୍ୟୁରୋର ଅଧିକାରୀ ।