କନକ ବ୍ୟୁରୋ : ପୁଞ୍ଚରେ ଯବାନଙ୍କ ଗାଡି ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ନିପାତ କରିବାକୁ ବଡ ଅଭିଯାନ ଆରମ୍ଭ କରିଛି ସେନା । ଆତଙ୍କବାଦୀଙ୍କୁ ଯେମିତି ହେଲେ ଖୋଜି ବାହାର କରିବା ସହ ମାରିବା ପାଇଁ ଅଭିଯାନ ଆରମ୍ଭ କରିଛି ସେନା । ହେଲିକପ୍ଟର ଓ ଡ୍ରୋନ ସହାୟତାରେ ଜଙ୍ଗଲ ଭିତରେ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି ।

Advertisment

ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅନୁସନ୍ଧାନୀ କୁକୁରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଆତଙ୍କବାଦୀ ଯେଉଁଠି ଲୁଚିଲେ ବି ସେମାନଙ୍କୁ ଛଡାଯିବନି ବୋଲି ସେନା ପକ୍ଷରୁ କୁହାଯାଉଛି । ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ଯବାନ ସହିଦ ହୋଇଛନ୍ତି । ଆଉ ଆକ୍ରମଣ ପରେ ପାକିସ୍ତାନରୁ ଆସିଥିବା ପ୍ରାୟ ୭ ଅତାଙ୍କବାଦୀ ଅଲଗା ଅଲଗା ସ୍ଥାନରେ ଲୁଚି ଥିବା କୁହାଯାଉଛି । ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ଭାରତୀୟ ସେନାର ରେକର୍ଡ ରହିଛି ।

୨୦୨୨ରେ ୩୧ ଯବାନ ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ବଳିଦାନ ଦେଇଥିଲେ । ଏହାର ଜବାବରେ ଘାଟିରେ ସୁରକ୍ଷାବଳ ହାତରେ ୧୭୨ ଆତଙ୍କିଙ୍କ ଜୀବନ ଯାଇଥିଲା । ୨୦୨୧ରେ ୪୩ ଯବାନ ସହିଦ ହୋଇଥିଲେ । ଆଉ ସେହି ବର୍ଷ ୧୮୨ଜଣଙ୍କୁ ମାରିଥିଲା ସେନା । ୨୦୨୦ରେ ୬୨ ଯବାନ ସହିଦ ହୋଇଥିଲେ,ବଦଳରେ ୨୨୧ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭରତୀୟ ଯବାନ ।