କଟକରେ ବଡ଼ ଧରଣର ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ : ୪ଟି ଡକାୟତ ଗିରଫ, ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ; ଗ୍ୟାଙ୍ଗରେ ମହିଳା ସଦସ୍ୟ ଥିବା ସୂଚନା ଦେଲେ କଟକ ଡିସିପି

91

କନକ ବ୍ୟୁରୋ : କଟକରେ ଧରାପଡିଲେ ଡକାୟତ ଗ୍ୟାଙ୍ଗ । ଗିରଫ ଡକାୟତଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି । ତେବେ ଡାକୟତ ଗ୍ୟାଙ୍ଗର ୪ ଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଏହି ଡକାୟତି ଗ୍ୟାଙ୍ଗରେ ମହିଳା ସଦସ୍ୟମାନେ ମଧ୍ୟ ସାମିଲ ଅଛନ୍ତି । ଡକାୟତି ସୁନା ଗହଣାକୁ ଅନ୍ୟତ୍ର ନେବାରେ ମହିଳାମାନେ ସହଯୋଗ କରୁଥିବା ସୂଚନା ଦେଇଛନ୍ତି କଟକ ଡିସିପି ।

ଜାନୁୟାରୀ ମାସରେ କଟକ ଚୌଦ୍ୱାର ଅଂଚଳରେ ହୋଇଥିବା ଏକ ଲୁଟ ଘଟଣାରେ ଏହି ଗ୍ୟାଙ୍ଗର ସାମିଲ ଥିଲେ । ଦୀର୍ଘ ୧୦ ମାସ ପରେ ଚୌଦ୍ୱାର ଲୁଟ ଘଟଣାରେ ପୁଲିସକୁ ସଫଳତା ମିଳିଛି । ଏହି ଡକାୟତମାନେ ଯାହା ଘରେ ଡକାୟତି କରନ୍ତି ପ୍ରଥମେ ପରିବାର ସଦସ୍ୟଙ୍କୁ ବାନ୍ଧି ପକାନ୍ତି, ତାପରେ ଲୁଟପାଟ କରନ୍ତି ବୋଲି କହିଛନ୍ତି କଟକ ଡିସିପି ।