କଟକରେ ବ୍ୟାଙ୍କରୁ ବଡ଼ ଧରଣର ଡକାୟତି : ନୟାସଡ଼କ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ୧୨ କୋଟି ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ

Advertisment
କଟକରେ ବ୍ୟାଙ୍କରୁ ବଡ଼ ଧରଣର ଡକାୟତି : ନୟାସଡ଼କ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ୧୨ କୋଟି ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ

କନକ ବ୍ୟୁରୋ : କଟକରେ ଅର୍ଥଲଗାଣକାରୀ ସଂସ୍ଥାରୁ ବଡ଼ ଧରଣର ଡକାୟତି । ନୟାସଡ଼କ ସ୍ଥିତ ଆଇଆଇଏଫଏଲ ଅର୍ଥ ଲଗାଣକାରୀ ସଂସ୍ଥାରୁ କୋଟିଏରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ୪ଲକ୍ଷ ଟଙ୍କା ଡକାୟତି ହୋଇଛି । ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜରଙ୍କ କହିବା ଅନୁସାରେ, ସକାଳୁ ବ୍ୟାଙ୍କ ଖୋଲିବା ପରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ ବ୍ୟାଙ୍କରେ ପଶିଥିଲେ ।

ଏହା ପରେ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଓ ଟଙ୍କା ଧରି ଫେରାର ହୋଇଯାଇଥିଲେ । ୪ ଜଣ ଦୁର୍ବୃତ ହିନ୍ଦୀରେ କଥା ହେଉଥିବା ମ୍ୟାନେଜର କହିଛନ୍ତି । ଘଟଣା ସ୍ଥଳରେ ଡିସିପି ପହଚିଂ ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ଛାନଭିନ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe