କନକ ବ୍ୟୁରୋ : କଟକରେ ଅର୍ଥଲଗାଣକାରୀ ସଂସ୍ଥାରୁ ବଡ଼ ଧରଣର ଡକାୟତି । ନୟାସଡ଼କ ସ୍ଥିତ ଆଇଆଇଏଫଏଲ ଅର୍ଥ ଲଗାଣକାରୀ ସଂସ୍ଥାରୁ କୋଟିଏରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ୪ଲକ୍ଷ ଟଙ୍କା ଡକାୟତି ହୋଇଛି । ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜରଙ୍କ କହିବା ଅନୁସାରେ, ସକାଳୁ ବ୍ୟାଙ୍କ ଖୋଲିବା ପରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ ବ୍ୟାଙ୍କରେ ପଶିଥିଲେ ।
ଏହା ପରେ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଓ ଟଙ୍କା ଧରି ଫେରାର ହୋଇଯାଇଥିଲେ । ୪ ଜଣ ଦୁର୍ବୃତ ହିନ୍ଦୀରେ କଥା ହେଉଥିବା ମ୍ୟାନେଜର କହିଛନ୍ତି । ଘଟଣା ସ୍ଥଳରେ ଡିସିପି ପହଚିଂ ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ଛାନଭିନ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/23-20.jpg)