କନକ ବ୍ୟୁରୋ: ରାଜଧାନୀରେ ସମିତି ସଭ୍ୟଙ୍କ ବିଶାଳ ରାଲି । ନବୀନ ନିବାସ ଘେରାଉ ପାଇଁ ଏକାଠି ହୋଇଛନ୍ତି ହଜାର ହଜାର ସମିତି ସଭ୍ୟ । ଦରମା ବୃଦ୍ଧି ନେଇ ଅସନ୍ତୋଷ ପ୍ରକାଶ କରି ବିଶାଳ ଶୋଭାଯାତ୍ରା କରିଛନ୍ତି ସମିତି ସଭ୍ୟ । ସରପଂଚଙ୍କ ଠାରୁ କମ୍ ଦରମା ବୃଦ୍ଧି ନେଇ ସମିତି ସଭ୍ୟ ମାନେ ପ୍ରତିବାଦ କରିଛନ୍ତି । ବ୍ୟାରିକେଟ୍ ଭାଙ୍ଗି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।
ରାଜଧାନୀରେ ଗର୍ଜିଲେ ସମିତି ସଭ୍ୟ । ନବୀନ ନିବାସ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି । ଦରମା ବୃଦ୍ଧି ନେଇ ଅସନ୍ତୋଷ ।
/kanak/media/post_attachments/wp-content/uploads/2024/03/27-16.jpg)