କନକ ବ୍ୟୁରୋ : ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆଖି ଝଲସିଲା ଭଳି ସମ୍ପତ୍ତି । ଭିଜିଲାନ୍ସ ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କଲାଣି ଭିଜିଲାନ୍ସ । ଭୁବନେଶ୍ୱର ରସୁଲଗଡ ମନୋରମା ଇଷ୍ଟେଟରେ ଏକ ତିନି ମହଲା ଫ୍ଲାଟ୍ ରହିଛି । ଯାଜପୁର ବଡ଼ଚଣାରେ ତ୍ରିନାଥ ମିଶ୍ରଙ୍କର ଗୋଟିଏ ଫାର୍ମ ହାଉସ୍ ରହିଛି । ଭୁବନେଶ୍ୱର ଓ ଯାଜପୁରରେ ୩ଟି ପ୍ଲଟ ରହିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଚଢାଉ ବେଳେ ୩୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି ।

Advertisment

ଏହା ଅନେକ ନାମୀଦାମୀ ଗାଡି ରହିଛି ତ୍ରିନାଥ ମିଶ୍ରଙ୍କ ନାଁରେ । ଏକ କୋଟି ୧୧ ଲକ୍ଷ ଟଙ୍କାର ଏକ ବିଏମଡବ୍ଲ୍ୟୁ କାର । ୧୭ ଲକ୍ଷ ଟଙ୍କାର ଏକ ହୁଣ୍ଡାଇ କାର, ମାରୁତି ବଲେନୋ କାର, ସେଭ୍ରୋଲେଟ୍ କାର ରହିଛି । ଏହା ସହ ୨୦ ଲକ୍ଷ ଟଙ୍କାର ରକେଟ୍ ୩ ସୁପର ବାଇକ୍, ୫ ଲକ୍ଷ ୩୦ ହଜାର ଟଙ୍କାର ହୋସଙ୍ଗ ଜିଟି ବାଇକ୍, ଏକ ଲକ୍ଷ ୭୫ ହଜାର ଟଙ୍କା ରୋୟାଲ ଏନଫିଲ୍ଡ ବାଇକ୍ ଜବତ ହୋଇଛି । ତ୍ରିନାଥ ମିଶ୍ରଙ୍କ ଘର ଓ ଅଫିସ୍ ସମେତ ୧୧ଟି ସ୍ଥାନରେ ଚଢାଉ କରାଯାଉଛି ।