ଅରୁଣାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ । ଧସିଗଲା ଜାତୀୟ ରାଜପଥ,ଗମନାଗମନ ଗଭୀର ପ୍ରଭାବିତ

102

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ । ଧସିଗଲା ରାଜପଥ । ଚୀନ ସୀମାରେ ଅବସ୍ଥିତ ଦିବାଙ୍ଗ ବୈଲୀ ଉପତ୍ୟକାକୁ ସଂଯୋଗ କରୁଥିବା ଏହି ଏକମାତ୍ର ରାଜପଥରେ ବିରାଟ ଗାତ ସୃଷ୍ଟି ହୋଇଛି । ଫଳରେ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ରାସ୍ତା ଦିବାଙ୍ଗ ଉପତ୍ୟାକାରୁ ଦେଶର ଅନ୍ୟ ଭାଗ ସହିତ ସଂଯୋଗ କରୁଥିବାରୁ ଶୀଘ୍ର ଏଠାରେ ସଫେଇ କାର୍ଯ୍ୟ ସାରିବାକୁ ଚେଷ୍ଟା କରାଯାଉଛି । ଦେଶର ଅଧିକାଂଶ ଅଂଚଳରେ ପ୍ରବଳ ଗରମ ଯୋଗୁଁ ଲୋକେ ଆଉଟୁ ପାଉଟୁ ହେଉଥିବା ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷାରେ ବ୍ୟାପକ କ୍ଷତି ଘଟିଛି ।