କନକ ବ୍ୟୁରୋ: ରାୟଗଡାରେ ବଢ଼ି ଚାଲିଛି ଦେଶୀ ବନ୍ଧୁକ କାରବାର । ଗୁଡାରୀ ପୋଲିସ ଦେଶୀ ବନ୍ଧୁକ ଜବତ କରିବା, ସହ ୨ଶିକାରୀଙ୍କୁ ଗିରଫ କରିବା ପରେ ଏହି ଘଟଣା ସାମନାକୁ ଆସିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୁମୁଡା ଫାଣ୍ଡି ଅନ୍ତର୍ଗତ, ଲକ୍ଷ୍ମୀପୁର ଗାଁର ସୁରେଶ କଇବର୍ତ ଓ ପୂର୍ଣ୍ଣ କାଡରାକା । ଗୋପାଳପୁର ନିକଟରେ ଦୁଇ ଶିକାରୀ, ଶିକାର କରି ଘରକୁ ଫେରୁଥିବାବେଳେ ବନ ବିଭାଗ ମାଡି ବସିଥିଲା । ଘଟଣା ସ୍ଥଳରୁ ବନବିଭାଗ ଏକ ମୃତ ଠେକୁଆ ସହ ଏକ ଦେଶୀ ବନ୍ଧୁକ, ଶିକାର ପାଇଁ ଲାଗୁଥିବା ଆଲୁମିନିୟମ୍ ତାର ସହ ଏକ ମଟର ସାଇକେଲ ଜବତ କରିଛି । ବନବିଭାଗ ମୃତ ଠେକୁଆର ଶବ ବ୍ୟବଚ୍ଛେଦ କରିବା ସହ ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ।