ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କରାଳ ରୂପ । ଚମୋଲି ଜୋଶୀମଠରେ ଜଳ ପ୍ରଳୟ ଯୋଗୁଁ ସବୁ ଛାରଖାର । ଉଦ୍ଧାର କାର୍ଯ୍ୟରେ ୨୦୦ ଯବାନଙ୍କ ସହ NDRF ଟିମ୍

124

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲିରେ ଜଳ ପ୍ରଳୟ । ଏହି ଭୟଙ୍କର ହିମସ୍ଖଳନରେ ୧୦୦ରୁ ୧୫୦ ଆହତ ହୋଇଥିବା କହିଲେ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ । ରିଲିଫ୍ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ, ଗୃହମନ୍ତ୍ରଣାଳୟ ଅଧିକାରୀଙ୍କ ଉପସ୍ଥିତରେ ବସିବ ବୈଠକ । ସେପଟେ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଗୃହ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏସଡିଆରଏଫ ଓ ଆଟିବିପିର ୧୦ଟି ଟିମ୍ର ୨ଶହ ଜଣ ଯବାନ ଉଦ୍ଧାର କାମରେ ଲାଗିଛନ୍ତି । ରେଣି ଗାଁ ନିକଟ ପାହାଡ ତଳେ ତିଆରି ହେଉଥିବା ପାୱାର ପ୍ରୋଜେକ୍ଟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେଠାରେ କାମ କରୁଥିବା ପ୍ରାୟ ୧୫୦ ଶ୍ରମିକ ଓ କର୍ମଚାରୀ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏସଡ଼ିଆରଫ ଓ ଆଇଟିବିପି ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଏହାସହ ସେଠାରେ ଥିବା ତପୋବନ ବ୍ୟାରେଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପାହାଡ ଉପରୁ ଏତେ ମାତ୍ରାରେ ଜଳସ୍ରୋତ ବହୁଛି ଯେ, ସ୍ଥାନୀୟ ଅଚଂଳର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ନଦୀକୂଳରେ ରହୁଥିବା ଲୋକଙ୍କୁ ଦୂରକୁ ଚାଲି ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ହରିଦ୍ୱାର, ରିଶିକେଶ ଓ ଶ୍ରୀନଗରେ ଆଲର୍ଟ ଜାରି ହୋଇଛି । ପରିସ୍ଥିକୁ ନଜରରେ ରଖି ଲୋକେ ସତର୍କ ହୋଇ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏହାରି ଭିତରେ ଫସି ରହିଥିବା ଲୋକଙ୍କ ଉଦ୍ଧାର ପାଇଁ ହେଲପ୍୍ ଲାଇନ୍ ନମ୍ବର ଜାରି ହୋଇଛି । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ ଘଟଣା ବାବଦରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।