ଚାନ୍ଦବାଲି ଶାସ୍ତ୍ରୀଘାଟ ଅଂଚଳର ୩ଟି ଗୋଦାମରେ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ୨ ହଜାର ବସ୍ତା ଧାନ; ବିଳମ୍ବିତ ରାତିରେ ଲାଗିଥିଲା ନିଆଁ, କାରଣ ଅସ୍ପିଷ୍ଟ

44

କନକ ବ୍ୟୁରୋ : ଚାନ୍ଦବାଲିର ଶାସ୍ତ୍ରୀ ଘାଟ ଅଂଚଳରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୨୦୦୦ ବସ୍ତାରୁ ଅଧିକ ଧାନ । ଗତକାଲି ରାତିରେ ଘଟିଛି ଅଗ୍ନିକାଣ୍ଡ । ଧାନ ଗୋଦାମରେ ନିଆଁ ଲାଗିବା ପରେ ଏହା ପାଖରେ ଥିବା ପାଇପ୍ ଗୋଦାମକୁ ବ୍ୟାପି ଯାଇଥିଲା । ଘଟଣା ସ୍ଥଳରେ ତିନୋଟି ଦମକଳ ପହଁଚି ନିଆଁକୁ ଆୟତ କରିଛି । ପ୍ରାୟ ଏକ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଆକଳନ କରାଯାଉଛି ।

Comments are closed.