କନକ ବ୍ୟୁରୋ : ରାଉରକେଲା-କଲୁଙ୍ଗା ଖଇରିବନ୍ଧ ସ୍ଥିତ ମେସର୍ସ ଶ୍ରୀୟା ମେଟାଲ ଆଣ୍ଡ କେମିକାଲସ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ରାଉରକେଲା ଓ ପାନପୋଷ ଉପଖଣ୍ଡ ଅଗ୍ନିଶମ ବିଭାଗର ୪ଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି କାରଖାନାରେ ଅଟୋମୋବାଇଲ ଲୁବ୍ରିକାଂଟସ ପ୍ରସ୍ତୁତ ହେଉଥିଲା । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । କ୍ଷୟକ୍ଷତିର ଆକଳନ ହୋଇପାରିନଥିବା କହିଛନ୍ତି ରାଉରକେଲା ସହକାରୀ ଅଗ୍ନିଶମ ଅଧିକାରୀ ।
ରାଉରକେଲା-କଲୁଙ୍ଗା ଖଇରିବନ୍ଧସ୍ଥିତ କେମିକାଲ କାରଖାନାରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କଲେ ରାଉରକେଲା ଓ ପାନପୋଷର ଦମକଳ ବାହିନୀ ।
/kanak/media/post_attachments/wp-content/uploads/2021/01/vlcsnap-2021-01-16-09h54m48s650.png)