କନକ ବ୍ୟୁରୋ : ସଂବଲପୁରରେ ବୁଢାରାଜା ହୋମିଓପାଥୀ କ୍ଲିନିକରେ ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ କ୍ଲିନିକର ସବୁ କିଛି ଜଳି ଯାଇଥିବା ସୂଚନା ମିଳିଛି । ତେବେ କେମିତି ଲାଗିଲା ନିଆଁ ତାହା ସ୍ପଷ୍ଟ ହୋଇନାହିଁ । ଏହି ହୋମିଓପାଥିକ୍ କ୍ଲିନିକରେ ନିଆଁ ଲାଗିବା ପରେ , କ୍ଲିନିକ୍ ଉପରେ ଥିବା ଆକ୍ସିସ୍ ବ୍ୟାଙ୍କରେ ଫସି ଯାଇଥିଲେ ୧୦ କର୍ମଚାରୀ । ଏହି କର୍ମଚାରୀଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛି । ନିଆଁ ଲିଭାଇବା କାମରେ ୩ଟି ଦମକଳ ଗାଡି ନିୟୋଜିତ ହୋଇଛି ।

Advertisment