ବିଶାଖପାଟନମ୍ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୪୦ରୁ ଅଧିକ ବୋଟ୍, ପ୍ରାୟ ୨୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
କନକ ବ୍ୟୁରୋ: ବିଶାଖପାଟନମ୍ ବେଳାଭୂମି ନିକଟରେ ଥିବା ମାଛଧରା ବନ୍ଦରରେ ଭୟାବହନ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁଲାଗି ମତ୍ସ୍ୟଜୀବୀଙ୍କ ୪୦ଟି ବୋଟ୍ ଜଳିଯାଇଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । କୌଣସି ଦୁର୍ବୃତ୍ତ ବୋଟରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଗୋଟିଏ ମାଛଧରା ବୋଟରେ ନିଆଁ ଲାଗିଯିବା ପରେ ଚାହୁଁଚାହୁଁ ଆଖପାଖରେ ଥିବା ୪୦ଟି ବୋଟକୁ ନିଆଁ ବ୍ୟାପୀ ଯାଇଥିଲା

Kanak News is now on WhatsApp
Join and get latest news updates delivered to you via WhatsApp
ଅଗ୍ନିକାଣ୍ଡ ସମୟରେ ଗୋଟିଏ ବୋଟରେ ଥିବା ଏଲପିଜି ସିଲିଣ୍ଡର ପ୍ରଚଣ୍ଡ ଶବ୍ଦ କରି ବିସ୍ପୋରଣ ହେବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁକୁ ସଂପୂଣ୍ଣ ର୍ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀଙ୍କୁ ୫ ଘଣ୍ଟ ସମୟ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ୨୫ଟି ବୋଟ ପୋଡି ପାଉଁଶ ହୋଇଯାଇଥିବା ବେଳେ ୪୦ଟି ଡଙ୍ଗା ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ମତ୍ସ୍ୟଜୀବୀଙ୍କୁ ଗୋଟିଏ ବୋଟର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ବୋଲି ମତ୍ସ୍ୟଜୀବୀଙ୍କ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଅଗ୍ନିକାଣ୍ଡରେ ପ୍ରାୟ ୨୫ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି ।