କନକ ବ୍ୟୁରୋ: କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କେନ୍ଦୁପତ୍ର । ମାଲକାନଗିରି ଜିଲ୍ଲା ଏମଭି-୩ ଗାଁର ଜଣେ ବ୍ୟବସାୟୀଙ୍କ ଗୋଦାମରେ ଏହି ନିଆଁ ଲାଗିଥିବା ଜଣାପଡିଛି । ପ୍ରାୟ ୫ କୋଟିରୁ ଅଧିକ ଟଙ୍କା କେନ୍ଦୁପତ୍ର ପୋଡି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବାହିନୀ ଲାଗଥିବା ବେଳେ ଏଯାଏଁ ନିଆଁ ଆୟତ ହୋଇନାହିଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us