କନକ ବ୍ୟୁରୋ: ଯାଜପୁରରୁ ଆସିଲା ଦାଦନର କରୁଣ କାହାଣୀ । ଗୁଜରାଟ ଅହମ୍ମଦାବାଦ ଓଡମ୍ବାଠାରେ ଏକ ସୂତାକଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୩ ଜଣ ଓଡିଆ ଶ୍ରମିକ ରହିଛନ୍ତି । ଏମାନେ ଯାଜପୁର ସଦର ଥାନା ଅନ୍ତର୍ଗତ ଯମଧର ପଂଚାୟତ ରେକାବି ବଜାର ଅଂଚଳର ।
ଏହି ଖବର ପ୍ରଚାର ହେବା ପରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି । ମୃତକ ହେଲେ ଦୟାନିଧି ଖୁଂଟିଆ, ଚିନ୍ମୟ ଖୁଂଟିଆ ଓ କାମେଶ ଖୁଂଟିଆ । ଗତକାଲି ଅପରାହ୍ନରେ ଲୋଟସ ଲେବଲ ସୂତା କଳରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୫ ଜଣ ଶ୍ରମିକ ଜଳିଯାଇଥିଲେ ଓ ୨ ଜଣ ଗୁରୁତର ଆହତ ହୋଇଥିଲେ । ମୃତକମାନେ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶୀକାର ହୋଇଛନ୍ତି ।