କନକ ବ୍ୟୁରୋ : ଦୁଃଖ ଦେଇଗଲା ଘରପୋଡି । କିଏ ଦରପୋଡା ଘର ଭିତରୁ ନିଜ ଉଜୁଡା ସମ୍ପତ୍ତି ଗୋଟାଉଛି ତ ପୁଣି କିଏ ପାଉଁଶ ତଳୁ ଖୋଜୁଛି ପରିବାରର ହସଖୁସି। ଏଭଳି ଚିତ୍ର ଯାହା ଦେଖିଲେ ଆପଣ ବି ଅନୁଭବ କରିପାରିବେ ଘର ପୋଡି ବିପତ୍ତିର ଦୁଃଖ କେତେ ଭୟଙ୍କର । ଭୟାବହ ଅଗ୍ନିକାଣ୍ଡରେ ସର୍ବସାନ୍ତ ହୋଇଯାଇଛନ୍ତି ୨୦ ପରିବାର ।

Advertisment

ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତର କୁଳିଅଣା ଗାଁରେ ସର୍ଟ ସର୍କିଟରୁ ଆଖି ପିଛୁଳାକେ ଜଳି ଛାରଖାର ହୋଇଗଲା ଘର। ପୋଡି ପାଉଁଶ ହୋଇଯାଇଛି ଆସବାବପତ୍ର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଟଙ୍କା ସମେତ ବହୁ ସାମଗ୍ରୀ। ସବୁ ଜଳିଯିବା ପରେ ଏବେ ବେସାହାରା ପରିବାର ସଦସ୍ୟ। ଘର ନିକଟରେ ଥିବା ବିଦ୍ୟାଳୟ ପିଣ୍ଡା ଏବେ ପାଲଟିଛି ସାହାରା। ପିଲାଛୁଆଙ୍କୁ ଧରି ରାତି କାଟିଛନ୍ତି ପରିବାର ଲୋକେ। ସେପଟ ସରକାରୀ ସ୍ତରରେ କେବଳ ଆରଆଇ ଘଟଣାର ତଦନ୍ତ କରିଥିବା ବେଳେ ସାହାଯ୍ୟକୁ ଚାହିଁ ବସିଛନ୍ତି କ୍ଷତିଗ୍ରସ୍ତ ପରିବାର ।

ଅଗ୍ନୀ ବିପନ୍ନଙ୍କୁ ସାହାଯ୍ୟ ନ ମିଳିଲେ ଏହି ପରିବାର ଲୋକେ ଆଉ ନିଜର ପୁରୁଣା ଅବସ୍ଥାକୁ ଫେରିବା କଷ୍ଟ ହୋଇଯିବ। ଅଗ୍ନିକାଣ୍ଡରେ ନିଜର ସର୍ବସ୍ବ ହରାଇଥିବା ପରିବାର ସଦସ୍ୟଙ୍କୁ ସହାୟତା ମିଳିବା ଜରୁରୀ ହୋଇପଡିଛି।