କନକ ବ୍ୟୁରୋ: ୧୮ ମାସ ତଳେ ମସ୍କୋ ୟୁକ୍ରେନକୁ ସୈନ୍ୟ ପଠାଇବା ପରଠାରୁ ରୁଷ୍ ମାଟିରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି । ବୁଧବାର ସକାଳ ସମୟରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯିବାରୁ ଋଷର ବିମାନ ବନ୍ଦନରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ଏହି ଡ୍ରୋନ ଆକ୍ରମଣରେ ୪ଟି ବିମାନ ନଷ୍ଟ ହୋଇଥିବା ସୂଚନା ରହିଛି ।

Advertisment

ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ, କୌଣସି ସାଙ୍ଘାତିକ ଅବସ୍ଥା ସୃଷ୍ଟି ହୋଇନାହିଁ। କିନ୍ତୁ, ଘଟଣା ରାତିରେ ଘଟିଥିବାରୁ ସୁବିଧା ଅସୁବିଧା ଜାଣିବା କଷ୍ଟସାଧ୍ୟ ହୋଇପଡ଼ିଛି। ଯଦି ସବୁ ଠିକ୍‌ଠାକ୍‌ ଥାଏ ତେବେ ଗୁରୁବାରଠାରୁ ସ୍ୱାଭାବିକ ଭାବେ ବିମାନ ଚଳାଚଳ ଆରମ୍ଭ ହେବ। ପସ୍କୋଭ୍‌ ବିମାନ ବନ୍ଦର ଉପରେ ୧୦ରୁ ୨୦ଟି ଡ୍ରୋନ୍‌ ଆକ୍ରମଣ ହୋଇଥିବା କଥା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ସେଥିରୁ ୩ଟି ଡ୍ରୋନ୍‌କୁ ବ୍ରିୟାନ୍‌ସ୍କ ଅଞ୍ଚଳରେ ରୁଷୀୟ ସେନା ଗୁଳି ମାରି ଖସାଇ ଦେଇଛନ୍ତି।