କନକ ବ୍ୟୁରୋ: ବଲାଙ୍ଗୀର ସଇଁତଳା ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ । ଗତକାଲି ସଂଧ୍ୟାରେ ଏହି ବିସ୍ଫୋରଣ ଘଟିଛି । ଫଳରେ କାରଖାନାର ୧୨ ନମ୍ବର ୟୁନିଟରେ ନିଆଁ ଲାଗିଯାଇଛି । ହୁ ହୁ ହୋଇ ନିଆଁ ବ୍ୟାପୀ ଯାଇଥିବା ବେଳେ ପ୍ରବଳ ଧୂଆଁ ସାରା ଅଞ୍ଚଳକୁ ବ୍ୟାପୀ ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ କାରଖାନାର ଜିଏମ୍, ଏଜିଏମଙ୍କ ସମେତ ବରିଷ୍ଠ ଅଧିକାରୀ । ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ସୂଚନା ଦେଇଛନ୍ତି ଲୋକସଂପର୍କ ଅଧିକାରୀ । ଗତକାଲି ରବିବାର ହୋଇଥିବାରୁ କର୍ମଚାରୀ ନଥିବାରୁ ବଡ଼ ଅଘଟଣ ଘଟିନଥିବା କୁହାଯାଉଛି । ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଥିବା ବେଳେ କାହିଁକି ବିସ୍ଫୋରଣ ଘଟିଲା, ଖୋଳତାଡ଼ ଆରମ୍ଭ ହୋଇଛି । କ୍ଷୟକ୍ଷତି ସଂପର୍କରେ ମଧ୍ୟ ତଦନ୍ତ ହେଉଛି ।