ମେକ୍ସିକୋରେ ବଡ ଧରଣର ଭୂମିକମ୍ପ । ସୁନାମି ଆଶଙ୍କା, ହାଇ ଆଲର୍ଟ ଜାରି

Advertisment
ମେକ୍ସିକୋରେ ବଡ ଧରଣର ଭୂମିକମ୍ପ । ସୁନାମି ଆଶଙ୍କା, ହାଇ ଆଲର୍ଟ ଜାରି

କନକ ବ୍ୟୁରୋ: ବଡ ଧରଣର ଭୂମିକମ୍ପରେ ଥରିଲା ମେକ୍ସିକୋ । ମେକ୍ସିକୋର କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ଉପକୂଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୧.୦୫ଟାରେ ଏହି ଭୂକମ୍ପ ହୋଇଥିଲା। ଏବେ ସୁଦ୍ଧା ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଥିବାବେଳେ ଅନ୍ୟ କୌଣସି କ୍ଷୟକ୍ଷତିର ଖବର ମିଳିପାରିନାହିଁ ।

ମେକ୍ସିକୋରେ ଅଚାନକ ଏହି ଭୂକମ୍ପ ହେବା ପରେ ଘରଦ୍ବାର ଦୋହଲି ଯାଇଥିଲା।ଫଳରେ ମେକ୍ସିକୋ ବାସିନ୍ଦା ନିଜକୁ ସୁରକ୍ଷା ଦେବାକୁ ବଡ଼ ବଡ଼ ଅଟାଳିକା ଛାଡ଼ି ରାସ୍ତା ମଝିକୁ ପଳାଇ ଆସିଥିଲେ। ଏହି ଭୂକମ୍ପ ପରେ ରାଜଧାନୀରେ ସତର୍କ ସୂଚନା ଜାରି କରାଯାଇଛି।

ଆମେରିକାର ସୁନାମୀ ଚେତାବନୀ କେନ୍ଦ୍ର ପକ୍ଷରୁ ଜାଣିବାକୁ ମିଳିଛି ଯେ ଭୂକମ୍ପ ପ୍ରଭାବିତ ଅଞ୍ଚଳର ପ୍ରାୟ ୨୦୦ ମାଇଲ୍‌ ମଧ୍ୟରେ ସୁନାମୀ ହେବାର ଆଶଙ୍କା ଥିବାରୁ ଉପକୂଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe